Onn 3

ଆସନ୍ତା ୧୨ ତାରିଖରେ କୁଳିଆ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

State

ନିଶ୍ଚିନ୍ତକୋଇଲି: ଆସନ୍ତା 12 ତାରିଖରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ସାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଯୁବ ସଂକଳ୍ପ ସମ୍ମିଳନୀ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ବିଜେପି କାର୍ଯ୍ୟାଳୟ ନିକଟରେ ପାଳନ ହେବ l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କିପରି ବିଜେପି ଅଧିକରୁ ଅଧିକ ମଝବୁତ ହେବ ଏବଂ ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ ସେ ନେଇ ସମସ୍ତ ଯୁବପିଢ଼ି ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ l

ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ଜ‌ୟନ୍ତୀ ଅବସରରେ ଉପସ୍ଥିତ ଯୁବକମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବେ l ତେବେ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ସଚେତନ, ଜାଗ୍ରତ ଯୁବପିଢ଼ିମାନେ ଯୋଗଦାନ କାରି କାର୍ଯ୍ୟକ୍ରମ କୁ ଅଧିକ ରୁ ଅଧିକ ସଫଳ କରିବା ପାଇଁ ମାହାଙ୍ଗା ବିଜେପି ଯୁବନେତା ଶାରଦା ପ୍ରଧାନ ଆହ୍ୱାନ ଏବଂ ଅନୁରୋଧ କରିଛନ୍ତି l