Onn 3

ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Crime State

ଭୁବନେଶ୍ୱର: ଅଖା ବସ୍ତା ଭିତରେ ନବଜାତ ଶିଶୁ କନ୍ୟା ଠାବ । ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ମିଳିଲା ଶିଶୁ କନ୍ୟା । ନାହି ନାଡ଼ ଲାଗିଥିବା ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ କେହି ଫିଙ୍ଗି ଦେଇଥିବା ନେଇ ମିଳିଛି ସୂଚନା ।

ତେବେ ସ୍ଥାନୀୟ ରଘୁନାଥପୁର ଅଞ୍ଚଳର ବାସିନ୍ଦା ପ୍ରଥମେ ଶିଶୁ କନ୍ୟାଟିକୁ ଦେଖିଥିଲେ । ଏହାପରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲ ପକ୍ଷରୁ ଏହି ଶିଶୁ କନ୍ୟାକୁ ବର୍ତ୍ତମାନ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି । ଶିଶୁ କନ୍ୟାଟିର ବାପା ମାଙ୍କ ପରିଚୟ ମିଳିପାରିନଥିବାବେଳେ ନନ୍ଦନକାନନ ଥାନା ପକ୍ଷରୁ ଶିଶୁର ପରିଚୟକୁ ନେଇ ତଦନ୍ତ ଚାଲିଛି।