Onn 3

ନୀଳଗିରି ରୋଡ୍‌ ଷ୍ଟେସନରେ ମେମୁ ଟ୍ରେନ୍‌ ଅଟକିବା ଘଟଣା, ୨ କର୍ମଚାରୀ ସସପେଣ୍ଡ

Crime State

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ଷ୍ଟେସନରେ ପଏଣ୍ଟ ସେଟ୍‌ ରିଭର୍ସ ଯୋଗୁ ମେମୁ ଟ୍ରେନ୍‌ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ କର୍ମଚାରୀ ସସପେଣ୍ଡ । ନୀଳଗିରି ରୋଡ୍‌ ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ ନିଲମ୍ବନ କରାଯାଇଛି ।

ଗତକାଲି ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭଦ୍ରକ ଖଡ଼ଗପୁର ମେମୁ ଟ୍ରେନ। ନୀଳଗିରି ରୋଡ ଷ୍ଟେସନ ଠାରେ ସିଗନା୍‌ଲିଂ ତ୍ରୁଟିରୁ ପଏଣ୍ଟ ସେଟ୍‌ ରିଭର୍ସରେ ରହିଥିଲା । ଲୋକୋ ପାଇଲଟ ଏହାକୁ ଦେଖିବା ପରେ ବ୍ରେକ୍‌ ଲଗାଇ ଟ୍ରେନକୁ ଅଟକାଇଥିଲେ । ଫଳରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଥିଲେ ଟ୍ରେନ୍‌ ଓ ବହୁ ଯାତ୍ରୀ ।