Onn 3

୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଓ ୨୪ କିଲୋ ଗଞ୍ଜେଇ ଜବତ

Crime State

ଭୁବନେଶ୍ୱର : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି ।

ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା । କଲେଜ ପିଲା ସିଗାରେଟ କିଣୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ଆଗକୁ ନିଶା ବେପାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ଅବକାରୀ ଥାନାଧିକାରୀ ବିକାଶ ନାୟକ ।