ସୂଚନା ଅନୁସାରେ, ପବିତ୍ର କାର୍ତ୍ତିକ ମାସରେ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ଅନେକ ସ୍ଥାନରୁ ଅନେକ ଲୋକ ଧବଳେଶ୍ଵର ପୀଠରେ ପହଞ୍ଚିଥାନ୍ତି । ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ମନ୍ଦିର ଭିତରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପୂଜକ ଅସନ୍ତୁଷ୍ଟ ଥିବାରୁ ଉଭୟ ପୂଜକ ଓ ପ୍ରଶାସନ ମଧ୍ୟରେ କଥା କଟାକଟି ହୋଇଥିଲେ । ଫଳରେ ମନ୍ଦିରରେ ତାଲା ପକାଇ ଧାରଣାରେ ବସିଛନ୍ତି ପୂଜକ । ସେପଟେ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ରାତି ୩ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା । ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ଛଡାଯାଇଥିଲା । ଆସନ୍ତାକାଲି ବାବାଙ୍କର ବଡ଼ ଓଷା ପାଳନ ହେବ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।