Order Decree Judgement 1

ଭିଜିଲାନ୍ସ ରାୟ: ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

State

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମୟୁରଭଞ ଜିଲା ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ର ପୂର୍ବତନ କିରାଣୀ ବିଭିଷଣ ବେହେରା ଙ୍କୁ ଦୁର୍ନୀତି ନିରୋଧ ଆଇନ ଧାରା ୧୩ (୨) ରିଡ ଉଇଥ ୧୩(୧) ଡି ରେ ୪ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଚାରିମାସ ସଶ୍ରମ କାରାଦଣ୍ଡ ଏବଂ ୭ ପି ସି ଆକ୍ଟ ୧୯୮୮ ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ସୂଚନା ଅନୁଯାୟୀ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟକର୍ମୀ ଅନୀତା ସାହୁ ଏକ ବର୍ଷ ଟ୍ରେନିଂ ପାଇ ଯାଇଥିଲେ । ଟ୍ରେନିଂ ରୁ ଆସି ତାଙ୍କର ଏକ ବର୍ଷ ର ଦରମା ଏବଂ ପ୍ରୋମୋସନାଲ ଇନକ୍ରିମେଣ୍ଟସର୍ଭିସବୁକ ରେ ଉଠାଇବାପାଇଁ ଅଭିଯୁକ୍ତ କିରାଣୀ ବିଭିଷଣ ବେହେରା ଙ୍କୁ ନିବେଦନ କରିଥିଲେ । ଏ ବାବଦରେ ବିଭିଷଣ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହା ମୁଲଚାଲ ହୋଇ ଏକ ହଜାର ଟଙ୍କା ରେ ଛିଣ୍ଡିଥିଲା । ଏହାପରେ ଅନୀତା ସାହୁ ୩-୧୨-୨୦୧୭ ରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ ଭିଜିଲାନ୍ସ କେସ ନମ୍ବର ୬୫/୧୭ ରେ ପଞିକୃତ ହୋଇଥିଲା । ୪-୧୨-୨୦୧୭ ରେ ନିଜ ଅଫିସରେ ଏହି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ କିରାଣୀ ବିଭିଷଣ ବେହେରା ରଙ୍ଗେ ହାତରେ ଧରା ପଡିଥିଲେ । ଆଜି ଉକ୍ତ ମାମଲାର ଚୁଡାନ୍ତ ରାୟ ଭିଜିଲାନ୍ସ କୋର୍ଟ ପକ୍ଷରୁ ପ୍ରକାଶ ପାଇଅଛି । ଏଥି ସହିତ ବିଭିଷଣ ବେହେରା ଙ୍କ ପେନସନ କୁ ବନ୍ଦ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଭିଜିଲାନ୍ସ ଅଦାଲତ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।