- ଦଶରଥ ମହାନ୍ତଙ୍କ ବାଲୁକା କଳାରେ ବୋଇତ ବନ୍ଦାଣ ଉତ୍ସବ
ବାରିପଦା : ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଚାଲିଥିବା ତିନି ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ଶୁକ୍ରବାର ଥିଲା ଦ୍ଵିତୀୟ ଦିବସ l ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ରୁ ଆସିଥିବା ଚିନ୍ମୟ ମିଶନ ର ମହାନ ସନ୍ଥ ସ୍ୱାମୀ ଚିଦୃପା ନନ୍ଦ ସରସ୍ବତୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନ ବାରିପଦା ଶାଖାର ଗୋଵିନ୍ଦାନନ୍ଦ ସରସ୍ବତୀ ଓ ବିଶେଷ ଅତିଥି ଭାବେ ଅନିକେତଜୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହି ଅବସରରେ ଅତିଥି ଗଣ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ସ୍ୱାମୀ ଚିଦୃପା ନନ୍ଦ ସରସ୍ବତୀ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କୁ ଉଦବୋଧନ ଦେଇ ଜୀବନ ଜିଇଁବାର କଳା କୌଶଳ ବାବଦରେ ଉପଦେଶ ଦେଇ ବିଦୁର ନୀତି ଉପରେ ଚର୍ଚ୍ଚା କରିଥିଲେ l ହରିହର କଳା ମନ୍ଦିରର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ତୋ ଲାଗି ଗୋପ ଦାଣ୍ଡ ମନାରେ କାଳିଆ ସୁନା ଗୀତରେ ଓଡିଶୀ ନୃତ୍ୟ ପରେ ପରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ପ୍ରତିଯୋଗୀ ମାନେ ଗେଷ୍ଟ ହାଉସ ଓ ଶିଶୁ ଉଦ୍ୟାନ ର ବ୍ୟାଣ୍ଡ ଷ୍ଟାଣ୍ଡ ଦୁଇଟି ମଞ୍ଚରେ ବିଭିନ୍ନ ପ୍ରତିଯୋଗିତା ସହିତ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ l ଏହି ଅବସରରେ କୁନି ପ୍ରତିଭା ସମୀକ୍ଷା ପାଢ଼ୀ ଙ୍କ ଉପସ୍ଥାପନା ଶୈଳୀ ଓ ଆୟୁକ୍ତା ତ୍ରିପାଠୀ ଙ୍କ ସୁନ୍ଦର ନୃତ୍ୟ ଦର୍ଶକ ଙ୍କ ମନ ଓ ହୃଦୟକୁ ଛୁଇଁ ଥିବା ବେଳେ ବିଶିଷ୍ଟ ବାଲୁକା କଳା ଶିଳ୍ପୀ ଦଶରଥ ମହାନ୍ତ ଙ୍କ ବାଲୁକା କଳାରେ ବୋଇତ ବନ୍ଦଣ ଉତ୍ସବ ସମସ୍ତଙ୍କ ମନ ମୋହିଥିଲା l ତେବେ ଆଜି ତୃତୀୟ ଦିବସ ରେ ମଞ୍ଚକୁ ଜିଲ୍ଲା ଓ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l
ମୟୂରୀ ର ପ୍ରାଣ ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଙ୍କ ସମେତ ଉତ୍ସବକୁ ସଫଳ କରିବାରେ ମନୋଜ କୁଅଁର, ବିବେକାନନ୍ଦ ପଟ୍ଟନାୟକ, କୈବଲ୍ୟ ପ୍ରାସାଦ ମହାପାତ୍ର, ଲକ୍ଷ୍ମୀଧର ଜେନା, ସଂଗ୍ରାମ କେଶରୀ ଭଞ୍ଜଦେଓ, କ୍ଷେତ୍ର ମୋହନ ପଣ୍ଡା, ସନ୍ଦୀପ ଚାନ୍ଦ, ଅଜିତ ଦଳେଇ, କିଚକ ବେହେରା, ସଂଜୀବ ଦଳେଇ, ସାଇପ୍ରକାଶ ମହାନ୍ତି, ଅଜିତ ପାତ୍ର, ପଦ୍ମଲୋଚନ ଗିରି, କୋମଳ ଲୋଚନ ମହାକୁଡ଼, ବୀଣା ଦାଶ ରେଣୁ ବାଳା ରଥ,ସୁନିତା କୁଆଁର, ବାସନ୍ତୀ ଲତା ମହାପାତ୍ର, ପ୍ରୀତିସୁଦ୍ଧା ତ୍ରିପାଠୀ, ଡ଼ଃ ପୁଷ୍ପା ପାତ୍ର, ଅଳକା ମଞ୍ଜରୀ ଭୂୟାଁ, ସନ୍ଧ୍ୟାରାଣୀ ଦାସ, ସସ୍ମିତା ଘୋଷାଲ, ସୁଜାତା ମିଶ୍ର, ରଜନୀ ବାରିକ, ବିରଜା ଦେବୀ,ଦର୍ଶନା ଭଞ୍ଜଦେଓ, ହିମାଦ୍ରୀ ତନୟା ଚୌଧୁରୀ, ପ୍ରାଚୀତା ମହାନ୍ତ, ରଶ୍ମୀ ରେଖା ଓ ଅନ୍ୟମାନେ ସହଯୋଗ କରିଥିଲେ l