Onn 3

ମୟୂରଭଞ୍ଜ ଡାକମଣ୍ଡଳର ୫୨ତମ ପ୍ରତିଷ୍ଠା ଦିବସ ପାଳନ

State

ବାରିପଦା: ମୟୂରଭଞ୍ଜ ଡାକ ମଣ୍ଡଳ ତା’ର ୫୨ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ସ୍ଥାନୀୟ ସହୀଦ ସ୍ମୁତି ଭବନ, ବାରିପଦା ରେ ପାଳନ କରିଅଛି । ସୁଶ୍ରୀ ଏସ ଜିଲ୍ଲା ପୋଲିସ ଅଧିକ୍ଷକ ମୟୂରଭଞ୍ଜ, ଡକ୍ଟର ବନଜା ମହାନ୍ତି, ଅବସରପ୍ରାପ୍ତ ପ୍ରିନ୍ସିପଲ୍ MPC ସ୍ଵୟଂଶାସିତ ମହାବିଦ୍ୟାଳୟ, ବାରିପଦା, ଭଗବାନ ସାମଲ, ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ, ଓଡ଼ିଶା ଡାକ ପରିମଣ୍ଡଳ ଏବଂ ରବି ନାରାୟଣ ବେହେରା, ଡାକ ଅଧିକ୍ଷକ, ରାଇରଙ୍ଗପୁର ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଡାକ ବିଭାଗର ବିବିଧ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବସନ୍ତ କୁମାର ସିଂହ, ଡାକ ଅଧିକ୍ଷକ ମୟୂରଭଞ୍ଜ ଡାକ ମଣ୍ଡଳ ସର୍ବପ୍ରଥମେ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ବିଭିନ୍ନ କ୍ଷେତ୍ରରେ ଡାକ ମଣ୍ଡଳ ହାସଲ କରିଥିବା ସଫଳତା ତଥା ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ରାଇରଙ୍ଗପୁର ଡାକ ମଣ୍ଡଳ ଉଦଘାଟନ ବିଷୟରେ ବକ୍ତବ୍ୟ ରଖିଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଥିବା କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏସ ଡି ରୁଦ୍ରକୁମାର ସଭା ପରିଚାଳନା କରି ଥିବା ବେଳେ, ଚନ୍ଦ୍ର ଶେଖର ମହାନ୍ତି ଓ କୌଶିକ ଅଧ୍ୟା ପୁରସ୍କାର ବିତରଣୀ ଏବଂ ବିଶ୍ବରଂଜନ କାଲିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରବିରଞ୍ଜନ ସେନାପତି ଧନ୍ୟବାଦ ପ୍ରସ୍ତାବ ଦେଇଥିବା ବେଳେ ସପନ ପାଣିଗ୍ରାହୀ,ସୁଶାନ୍ତ ବେହେରା, ରବି ନାରାୟଣ ମହାନ୍ତ, ମନୋଜ ମହାନ୍ତ, ବିଭୁଦତ୍ତ ସାହୁ, ନୟନ ସାହୁ, ବିଭୁ ବେହେରା, ଅନିଲ ସାହା, ସୁରେଶ ସି, ତୁଳସୀ ସାହୁ, ଅନୁପମା ପାତ୍ର ଆଦିଙ୍କ ସହୋଯୋଗରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।