Onn 3

ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୯ ଓ ୩୦ ତାରିଖରେ

sports State

ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁଦ ଚଳିତ ମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି I ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୪, ୧୬, ୨୦ ଓ ୨୩ ବର୍ଷରୁ କମ ତଥା ପୁରୁଷ ଓ ମହିଳା ବିଭାଗରେ ଖେଳାଳି ଦୌଡ଼, ଡିଆଁ ସହ ସଟପୁଟ, ଡ଼ିସକାସ ଓ ଜାଭେଲିନ ଥ୍ରୋରେ ନିଜ ନିଜର ଉତ୍କର୍ଷ ଖେଳ ପ୍ରଦର୍ଶନ କରି ରାଜ୍ୟସ୍ତରରେ ଅଂଶ ଗ୍ରହଣ କରିପାରିବେ I

ଇଛୁକ ଖେଳାଳି ଚଳିତ ମାସ ୨୮ ତାରିଖ ସୁଦ୍ଧା ଷ୍ଟାଡିୟମ ଅଫିସରେ ଆଧାର କାର୍ଡ ଓ ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ସହ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ଏଥଲେଟିକ ସହ ସମ୍ପାଦକ ଅମ୍ବିକା ରାଉତ ଜଣାଇଛନ୍ତି I ପ୍ରକାଶ ଥାଉକି ଖେଳାଳି ମାନଙ୍କ ବୟସ ଆସନ୍ତା ଡିସେମ୍ବର, ୨୦୨୪ ସୁଦ୍ଧା ୧୪, ୧୬, ୨୦ ଓ ୨୩ ବର୍ଷରୁ କମ ହୋଇଥିବା ଆବଶ୍ୟକ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଙ୍କ ସୂତ୍ରରୁ ପ୍ରକାଶ I