Onn 3

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

sports State

ବାରିପଦା: ସ୍ଥାନୀୟ ବାରିପଦା କଲେଜ ପଡିଆରେ ସିକ୍ରେଟ – ୧୧ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଦୀପ କୁମାର ରଥ, ସମ୍ପାଦକ ବିପ୍ଳବ ବାରିକ, ସମାଜସେଵୀ ରାକେଶ ସିଂ, ମୁଖ୍ୟ ଆୟୋଜକ ସଂଜୀବ ଦ୍ବିବେଦୀ, ଆଇନଜୀବୀ ଜ୍ୟୋତି ପ୍ରକାଶ ରଥ ଓ ସନ୍ତୋଷ ଓତା ପ୍ରମୁଖ ଉପସ୍ଥିତ ଥିଲେ I ଆଜିର ପ୍ରଥମ ମ୍ୟାଚରେ ଏଟାକ – ୧୧ ଏଆର ଫାଇଟରକୁ ୯ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଏଆର ଫାଇଟର ୧୦ ଓଭରରେ ୮ ଉଇକେଟ ହରାଇ ୪୯ ରନ କରିଥିଲେ I ଦଳ ପକ୍ଷରୁ ଲମ୍ବୋଦର ମହାନ୍ତ ସର୍ବାଧିକ ୧୩ ରନ କରିଥିବା ବେଳେ ବିପକ୍ଷ ଦଳର ବିଜୟ ମହାନ୍ତି ୫ ଟି ଓ ଭରତ କୁମାର ସ୍ୱାଇଁ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏଟାକ – ୧୧, ୫.୪ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଭରତ କୁମାର ସ୍ୱାଇଁ ସର୍ବାଧିକ ୧୬ ରନ କରିଥିବା ବେଳେ ବିପକ୍ଷ ଦଳର ଚନ୍ଦ୍ର ଶେଖର ଏକ ମାତ୍ର ଉଇକେଟ ଅକ୍ତିଆର କରିଥିଲେ I

ଦ୍ଵିତୀୟ ମ୍ୟାଚରେ ସିକ୍ରେଟ – ୧୧ ଭିଣ୍ଟେଜ ୧୧ କୁ ୨୧ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ସିକ୍ରେଟ ୧୦ ଓଭରରେ ୫ ଉଇକେଟ ହରାଇ ୮୮ ରନ କରିଥିଲେ I ଅବିନାଶ ପାତ୍ର ୩୮ ଓ ଆଲୋକ କୁମାର ପରିଡା ୧୮ ରନ କରିଥିବା ବେଳେ ବିପକ୍ଷ ଦଳର ଜୟ ପ୍ରକାଶ ସାହା ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଭିଣ୍ଟେଜ ୧୦ ଓଭରରେ ୬ ଉଇକେଟ ହରାଇ ୬୮ ରନ କରିପାରିଥିଲେ I ଦଳ ପକ୍ଷରୁ ତାପସ ନାୟକ ୧୬ ଓ ଆୟୁଷ୍ମାନ ସେଠି ୧୪ ରନ କରିଥିବା ବେଳେ ବିପକ୍ଷ ଦଳର ଆଶିଷ ବସା ଓ ପଙ୍କଜ କୁମାର ସାହୁ ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଶେଖ ଲାଇକୁଦ୍ଦିନ, ଅଶୋକ ପାଲ ଓ ଅବିନାଶ ରଥ ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର, ସମ୍ବିତ ସାହା ଓ ନାପିସଲ ହୁସେନ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I