Onn 3

ନିଆଁ ଗିଳିଦେଲା ୭ ବଖରା

State

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଠାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ୭ ବଖରା ଗୃହ ପୋଡ଼ି ପାଉଁସ ହୋଇଯାଇଛି । ଗ୍ରାମର ଲତିକା ସ୍ୱାଇଁ, ସରସ୍ୱତୀ ସ୍ୱାଇଁ ଓ ବାବାଜୀ ସ୍ୱାଇଁଙ୍କ ପରିବାରର ୭ବଖରା ଜଳି ପାଉଁଶ ହୋଇଯାଇଥିବା ବେଳେ ଗୃହରେ ଥିବା ଆସବାଦପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଖବର ପାଇ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟ୍‌ସର୍କିଟ୍ ଯୋଗୁଁ ଏହି ଅଘଟନ ଘଟିଥିବା ଅନୁମାନ କରାଯାଉଛି ।

ଖବରପାଇ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ବିପନ୍ନ ପରିବାରଙ୍କୁ ଭେଟି ଆର୍ôଥକ ସହାୟତା ପ୍ରଦାନ କରିଥିବା ବେଳେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ,ବଦ୍ରିନାରାୟଣ ଧଳ,ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ପ୍ରଶାସନ ଯଥାଶିଗ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ହେବାକୁ ଦାବି କରିଥିଲେ । ବନ୍ତ ବ୍ଳକ କଂଗ୍ରେସ କମିଟି ସଭାପତି ରାଜେକିଶୋର ସ୍ୱାଇଁ ଅନ୍ୟ କର୍ମକର୍ତ୍ତାଙ୍କ ସମେତ ଖବର ପାଇ ଘଟଣା ସ୍ଥଳକୁ ଯାଇ ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।