Onn 3

ଆଗରପଡ଼ାରେ ମଶାଲ ଶୋଭାଯାତ୍ରା

State

ଆଗରପଡ଼ା :ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ସୋମବାର ଠାରୁ ଆଗରପଡ଼ା ଯୁବ ମହୋତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ସରକାରୀ ବାଳିକା ହାଇସ୍କୁଲ,କୃଷ୍ଣଚରଣ ବିଦ୍ୟାମନ୍ଦିର,କଲେଜ ଛାତ୍ରଛାତ୍ରୀମାନଙ୍କ ସମେତ ମହୋତ୍ସବ କର୍ମକର୍ତ୍ତାଙ୍କୁ ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରିଥିଲା ।

ସ୍ଥାନୀୟ ଥାନା ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ମହୋତ୍ସବ ସ୍ଥଳୀରେ ପହଂଚିଥିଲା । ଏଥିରେ ଭଗତସେନା ଆବାହକ ତଥା ସମାଜସେବୀ ସୀତାଂଶୁ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିଲେ ।