Img 20240302 Wa0316 (1)

ଆସନ୍ତାକାଲି ଠାରୁ ମୟୂରଭଞ୍ଜରେ ଆରମ୍ଭ ହେବ ପଲ୍ସ ପୋଲିଓ ପ୍ରତିରୋଧକ କାର୍ଯ୍ୟକ୍ରମ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୋଲିଓ ରୋଗର ସମ୍ପୂର୍ଣ୍ଣ ନିଦାନ ପାଇଁ ଆରମ୍ଭ ହେବାକୁ ଯାଉଛି ପଲ୍ସ ପୋଲିଓ ପ୍ରତିରୋଧକ କାର୍ଯ୍ୟକ୍ରମ | ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ମୟୁରଭଞ୍ଜରେ ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଅର୍ଥାତ ୦୩ ତାରିଖ ଦିନ ଉଦ୍ଘାଟନ ହେବାକୁ ଥିବା ବେଳେ ୪ ଏବଂ ୫ ମାର୍ଚ୍ଚ ଦିନ ହୋମ-ଟୁ-ହୋମ କାର୍ଯ୍ୟକ୍ରମ ଆରମ୍ଭ ହେବ | ଏହି ବୈଠକରେ ବିବରଣୀ ପ୍ରଦାନ କରି ଡଃ ସୁନନ୍ଦା ମିଶ୍ର କହି ଥିଲେ ଯେ ବିଗତ ପଲ୍ସ ପୋଲିଓ ପ୍ରତିରୋଧକ କାର୍ଯ୍ୟକ୍ରମରେ ଜିଲ୍ଲାର ସମୁଦାୟ ୨୧୪୩୬୯ ଶିଶୁ ଟୀକା ନେଇଥିବା ବେଳେ, ସମୁଦାୟ ୫୮୬୯୬୩ଟି ଘର ପରିଭ୍ରମଣ କରାଯାଇଥିଲା |

ଏହି ପରିପ୍ରେକ୍ଷୀରେ ସମସ୍ତ ଲାଇନ କାର୍ଯ୍ୟାଳୟ ଏବଂ ତତ-ସଂଲଗ୍ନ ଅଧିକାରୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଅବଗତ କରାଇଥିଲେ | ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଡିପିଏମ, ଡଃ ପ୍ରଭୁ ପ୍ରତ୍ୟନ୍ତ ଦାଶ, ଡ଼ିଭିଏଲଏମ, ଶ୍ରୀ ଉମାଶଙ୍କର ମୁଖି ପ୍ରମୁଖ ଉପସ୍ଥିତ ଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସୂଚନା ପ୍ରଦାନ କରିଛନ୍ତି |