Img 20240209 Wa0241

ଵହଳଦାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

State

ବାରିପଦା: ଵହଳଦା ଲ୍ଯାମ୍ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୫ ବର୍ଷ ହେବ ମାଣ୍ଡିଆ ଚାଷ ହୋଇଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଵହଳଦା ବ୍ଲକରେ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ୨୦୨୩- ୨୪ ଆର୍ଥିକ ବର୍ଷର ବହଳିଆ ବ୍ଲକରେ ସ୍ବେଛାସେବୀ ସଂସ୍ଥା ‘ ସମ୍ବନ୍ଧ ‘ ଅନୁଷ୍ଠାନ କାର୍ଯ୍ଯକାରୀତା ଓ ଆତ୍ମା ମୟୂରଭଞ୍ଜ ଆର୍ଥିକ ସହାୟତାରେ ବ୍ଳକର ପ୍ରଥମ ମଣ୍ଡି ଵହଳଦା ଲ୍ଯାମ୍ପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଡିସିସି ବ୍ରାଞ୍ଚ ମେନେଜର ,ଓ୍ବାସନ ସଂସ୍ଥା,ଏଡିପିସି ଶ୍ରୀକାନ୍ତ ମହାନ୍ତ, ତ୍ରିଲୋଚନ ଶବର,କୃଷି ବିଭାଗ ର ମାନସ ବାବୁ,ସମ୍ବନ୍ଧ ସଂସ୍ଥାର ବ୍ଳକ ସଂଯୋଯକ ଦୁଖୀଶ୍ଯାମ ନାୟକ,ସହ ସଂଯୋଜକ କାହ୍ନୁ ଚରଣ ହତାଇ,ସିଇଓ ସ୍ବାଗତ କୁମାର ରାଉତ ସହିତ ସିଆରପି ଓ ଚାଷୀଙ୍କ ଉପସ୍ଥିତରୃ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ଚାଷୀମାନଙ୍କ ବଜାର ସୁବିଧା ଓ କ୍ଷୁଦ୍ର ଶସ୍ଯ ଅମଳ ବୃଦ୍ଧି ଓ ଘରୋଇ ବ୍ୟବହାର ସାଙ୍ଗକୁ ବିକ୍ରି ବଟା ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥିଲା ।