ବାରିପଦା : ଜଣେ ରକ୍ତଦାନ କଲେହେଁ ଅନ୍ୟ ଜଣଙ୍କର ଜୀବନ ବଂଚିପାରିବ I ସେଥିପାଇଁ ପ୍ରତ୍ୟେକ ଦିନ ବହୁ ରକ୍ତଦାତା ରକ୍ତଦାନ କରି ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ଚାଲିଛନ୍ତି I ଆଜି ୫୯ ବର୍ଷ ବୟସର ଶିକ୍ଷକ ସୋମନାଥ ସିଂହ ଜୀବନର ୬୧ ତମ ରକ୍ତଦାନ ଦାନ କରି ଡୁକୁରା ର ଯୁବକ ହିମାଂଶୁ ଶେଖର ପାତ୍ରଙ୍କ ପାଇଁ ରକ୍ତଦାନ କରିଛନ୍ତି I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ତରଫରୁ ରକ୍ତ ଭଣ୍ଡାର ପରିସରରେ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଓ ଟ୍ରଷ୍ଟର ପ୍ରତିଷ୍ଠାତା ନିରୋଜ କୁମାର ପୋଥାଳଙ୍କ ହାତରେ ଉପଢୌକନ ଓ ପ୍ରମାଣ ପତ୍ର ଦେଇ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ବସନ୍ତ କୁମାର ମହାପାତ୍ର, ଜୟ ପ୍ରକାଶ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, ଅରବିନ୍ଦ ମୁଖି ଓ ଆଲୋକ ବାରିକ ଉପସ୍ଥିତ ଥିଲେ I