Tert

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଖେଳ

sports State

ବାରିପଦା: ମହୁଲଡିହା ଖେଳ ପଡ଼ିଆରେ ଆନ୍ତଃ ରାଜ୍ୟ ୨୫ ତମ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି ଆଜି ୪ ରକ୍ତ ଦିନରେ ଦିତୀୟ କ୍ୱାର୍ଟର ଫାଇନାଲ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଛତିଶଗଡର ବିଳାସପୁର ରେଳବାଇ ଟିମ୍ ସିର୍ସା ରାଞ୍ଚି ଟିମକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ସେହିଭଳି ଦିତୀୟାର୍ଦ୍ଧରେ ସମ୍ବଲପୁର ଟିମ୍ ଉତ୍ତରପ୍ରଦେଶକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ଶନିବାର ୧୦ ତାରିଖ ଦିନ ସମ୍ବଲପୁର ସହିତ ବିଳାସପୁର ମଧ୍ୟରେ ଦିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ।ଆଜିର ଷ୍ଟାର ଥିଲେ ସମ୍ବଲପୁରର ଧୂରିଣ ବ୍ୟାଟ୍ସମ୍ୟାନ୍ ପ୍ରବୀଣ ଲୋହାର ।ମାତ୍ର ୪୯ ବ୍ଲକରେ ୧୦୬ ରନ କରି ଖେଳକୁ ନିଜ ମୁଠାରେ ଯାଦୁରେ ବାନ୍ଧି ରଖିବା ସହ ପଡ଼ିଆର ଦର୍ଶକଙ୍କୁ ସୁପର ଖେଳ ଦେଖାଇଥିଲେ ।

ଡିକେଏମସି ର କାର୍ଯ୍ୟକର୍ତ୍ତା ବିଧାୟକ ନବ ଚରଣ ମାଝୀ, ପ୍ରଶାନ୍ତ ପରୀକ୍ଷା,ଅମର ପ୍ରଧାନ ଦେଓ ହେମ୍ବ୍ରମ,ପଞ୍ଚୁ ଲୋହାର , ଅମିତ ସିଂ ମୋଦକ,ଜଗା ମହାନ୍ତ,କିଶୋର ରଜକ,ପ୍ରଦୀପ ରାଉତ, ସଂଜୀବ ସିଂ,ସିଦ୍ଧାର୍ଥ ପାଲ,ଉକୁଲ ପାଲ,ଶ୍ୟାମ ସୁନ୍ଦର ଜ୍ଯୋତିଷ, ଅଭିମନ୍ୟୁ ନାଏକ, ନିହାର ଦାସ,ଵୁଵୁନ ମହାନ୍ତ,ଶ୍ୟାମ ପଟ୍ଟନାୟକ,ବାବି ମହାନ୍ତ ଏବଂ ଅନ୍ୟ ମାନେ ପରିଚାଳନାକୁ ଶୃଙ୍ଖଳା ର ସହ ଆଗେଇ ନେଉଛନ୍ତି । ଶନିବାର ଦିନ ବହୁ ଚିତ୍ତାକର୍ଷକ ଦିତୀୟ ସେମିଫାଇନାଲ ଖେଳ ସମ୍ବଲପୁର ଵନାମ୍ ବିଳାସପୁର ମଧ୍ୟରେ ହେବ ।ସମସ୍ତ କ୍ରୀଡ଼ାପ୍ରେମୀ,ଯୁବ କ୍ରୀଡାବିତ ଏବଂ ବଆମନଘଆଟଈ ଉପଖଣ୍ଡବାସୀ ମହୁଲଡିହା ଖେଳ ପଡିଆକୁ ଆସି ଖେଳର ମଜା ନେବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି ।