Img 20240704 Wa0264

ବନମହୋତ୍ସବ ଅବସରରେ ପି ସି ପୁର ବିଦ୍ୟାଳୟରେ ବୃକ୍ଷରୋପଣ

State

ବାରିପଦା – ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ବିଦ୍ୟାଳୟର ଛାତ୍ରଙ୍କୁ ନେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ନେତୃତ୍ୱରେ ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ଦିଲ୍ଲୀପ କୁମାର ତୁଙ୍ଗ, ରାଜେଶ କୁମାର ନନ୍ଦୀ, ଅରବିନ୍ଦ ମୁଖି ଙ୍କ ସମେତ ବିଦ୍ୟାଳୟର ଛାତ୍ର ମାନେ ବୃକ୍ଷରୋପଣ କରିଥିଲେ I ୱାର୍ଡେନ ସରୋଜ କୁମାର ସାବତ ଓ ଜିତେନ୍ ବାହାଦୁର ଲାମା ଏବଂ ବାମା ଚରଣ ବାନରା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ପ୍ରକାଶ ଥାଉକି ୭ ବର୍ଷ ତଳେ ବିଦ୍ୟାଳୟ ପରିସରରେ ପ୍ରାୟ ଗଛଲତା ନଥିଲା I ମାତ୍ର ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ବୃକ୍ଷରୋପଣ କରାଯିବା ଯୋଗୁଁ ଆଜି ବିଦ୍ୟାଳୟ ପରିସର ବେଶ ଆକର୍ଷଣୀୟ ହୋଇପାରିଛି I ଏଥିପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି I