Img 20240209 Wa0207

ପୁରୁଣାପାଣି ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପୁରୁଣାପାଣି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଏବିଡିଓ ସୁରାଇ ମାରାଣ୍ଡି,,ବ୍ଳକ ସହକାରୀ ଯନ୍ତ୍ରୀ ଇଂ ଅଂଶୁମାନ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ, କନିଷ୍ଠ ଯନ୍ତ୍ରୀ ଇଂ ସୁସିଲ ସିଂହ,ଜିପିଓ ଅନିଲ କୁମାର ମହାନ୍ତ,ବିପିଏଲ ଶାନ୍ତନୁ ସାହୁ,ବିପିନି ସ୍ଵର୍ଣ୍ଣମୟୀ ସାହୁ, ସରପଞ୍ଚ ବାଲ୍ହୀମଣି ଟୁଡୁ,ସମିତି ସଭ୍ଯା କୁନିମଣି ଗିରି ନାଏବ ସରପଞ୍ଚ ସ୍ଥାନକୁ ହାଁସଦା ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥଙ୍କ ପାଖରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ନବୀନ ସରକାର ଗ୍ରାମ ସ୍ବରାଜ କୁ ଗୁରୁତ୍ଵ ଦେଇଛନ୍ତି ।ଗ୍ରାମର ବିକାଶ ହେଲେ ଯାଇ ରାଜ୍ୟ ଓ ଦେଶର ବିକାଶ ହେବ ବୋଲି ସରକାର ଗୁରୁତ୍ବ ଦେବା ସହ ଗ୍ରାମାଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ, କୋଟି ଓଡିଆଙ୍କ ମଉଡମଣି ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀ ଗୁଡ଼ିକର ରୂପାନ୍ତୀକରଣ, ମହିଳା ସଶକ୍ତିକରଣ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ,ସୁଗମ ପରିବହନ ବିକାଶ,କ୍ରୀଡା ଭିତ୍ତିଭୂମିର ବିକାଶ , ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ ସମ୍ପର୍କରେ ସଚେତନ କରାଇଥିଲେ। ବିଡ଼ିଓ ନାରାୟଣୀ ମାଡାମ କହିଥିଲେ ତାଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ପାଇଁ ଖୋଲା । ଯେତେବେଳେ ଯାହା କିଛି ଅଭିଯୋଗ ଆସିବା ସରକାରଙ୍କ ଗାଇଡ ଲାଇନ ଅନୁସାରେ ଶିଘ୍ର ସମାଧାନ କରିବା ପାଇଁ କହିଥିଲେ ।

ମିଶନ ଶକ୍ତି ମହିଳା ଫଏଡଏରଏସନ ସଭାପତି ଲୀଳାଵତୀ ମହାନ୍ତ,ସଂପାଦିକା ସବିତା ପାତ୍ର ସେମାନଙ୍କ ସରକାରଙ୍କ ପକ୍ଷରୁ ଦୁବାଇ ଯାତ୍ରା ଉପରେ ଭାବ ବିହ୍ୱଳ ଅନୁଭୂତି ବର୍ଣ୍ଣର୍ନା କରିଥିଲେ ।ବିଭିନ୍ନ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ତାଙ୍କର ପାରଂପରିକ ଲୋକନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହି ଥିଲେ ।ଆଜି ଥିଲା ରାଇରଙ୍ଗପୁର ବ୍ଳକର ସମସ୍ତ ୯ ଟି ପଞ୍ଚାୟତର ଜନସଚେତନତା କାର୍ଯ୍ୟକ୍ରମର ଉଦଯାପନୀ କାର୍ଯ୍ୟକ୍ରମ । ବ୍ଳକର ସମସ୍ତ କର୍ମଚାରୀ, ଜନପ୍ରତିନିଧି,ଅଂଚଳବାସୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅକୁଣ୍ଠ ସହଯୋଗ କରିବା ସହ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ଭାବରେ ସଂପନ୍ନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।