ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି ।
ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ତେବେ ବାଘଟି ତାର ନୂଆ ସ୍ଥାନ ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା କୁହାଯାଉଛି ।
ଓଡିଶା ସରକାରଙ୍କ ଦ୍ବାରା ନିକଟରେ ଆୟୋଜିତ ଅଲ ଓଡିଶା ଟାଇଗର ଏଷ୍ଟିମେସନ ୨୦୨୩-୨୪ ଅନୁଯାୟୀ, ରାଜ୍ୟର ଜଙ୍ଗଲରେ ୩୦ ଟି ବୟସ୍କ ବାଘ ଏବଂ ୮ଟି ଛୁଆ ବାଘ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ଟାଇଗର ରିଜର୍ଭରେ ୨୭ ଟି ବୟସ୍କ ବାଘ ରହିଛନ୍ତି ।
ସେଥିମଧ୍ୟରୁ (୧୪ ବାଘୁଣି ଏବଂ ୧୩ଟି ବାଘ ) ଏବଂ ସମସ୍ତ ଛୁଆ ବାଘ ରହିଛନ୍ତି । ହିରାକୁଦ ବନ୍ୟପ୍ରାଣୀ ବିଭାଗ, ପାରାଳାଖେମୁଣ୍ଡି ଟେରିଟୋରିଆଲ ଫରେଷ୍ଟ ଡିଭିଜନ ଏବଂ ଗ୍ରେଟର ସିମିଳିପାଳ ଟାଇଗର ଦୃଶ୍ୟରେ ଏକ ବୟସ୍କ ବାଘକୁ ଦେଖିବାକୁ ମିଳିଛି ।
https://twitter.com/susantananda3/status/1769651746475782653?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1769651746475782653%7Ctwgr%5E150e3962e0c72924e41ecbd39da3ca0935bb3317%7Ctwcon%5Es1_c10&ref_url=https%3A%2F%2Fodishasambad.in%2Froyal-bengal-tiger-camera-trapped-in-odishas-sundargarh-after-2-decades%2F