Photo For The News Of Anukula Chandra

ଠାକୁରଙ୍କ ୧୩୭ତମ ଜନ୍ମ ମହୋତ୍ସବ ପାଳନ

State

ଆଗରପଡ଼ା :ଆଗରପଡ଼ା ନିମଟସ୍ଥ ବାଦା ପଂଚାୟତ ବରଦା ଗ୍ରାମ ମା’ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଅଛି । ପ୍ରଥମେ ପ୍ରାର୍ଥନା ଓ ଉଷା କୀର୍ତ୍ତନ ସହିତ ନଗର ପରିକ୍ରମା ପରେ ଶରତ ଚନ୍ଦ୍ର ପତିଙ୍କ ସଂଚାଳନରେ ସତସଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଙ୍କୁ ସହଯୋଗ କରିଥିଲେ ଖଇରା ଶ୍ରୀମନ୍ଦିର ସଭାପତି ରବିନାରାୟଣ ମିଶ୍ର । ପ୍ରଥମ ଭାଗରେ ପ୍ରାର୍ଥନା,ସଦ୍‌ଗ୍ରନ୍ଥ ପାଠ,ଦ୍ୱିତୀୟ ଭାଗରେ ଭମାକାନ୍ତ ଭାଇଙ୍କ ଦ୍ୱାରା ଭଜନ କିର୍ତ୍ତନ ଓ ଅନ୍ତିମ ଭାଗରେ ଠାକୁରଙ୍କ ଆଦର୍ଶ ଧାରା ଏବଂ ଅମୀୟ ବାଣୀକୁ ତୋଳି ଧରିଥିଲେ ସୋରରୁ ଆଗତ ଯାଜକ କର୍ମୀ ଅତନୁ ଭାଇ,ଆଗରପଡ଼ାରୁ ଜଇନୁଲ ଆବେଦିନ ଭାଇ,ଯୁବ କର୍ମୀ ସୁରେଶ ମାଝୀ ଭାଇ । ଖଇରା ଶ୍ରୀମନ୍ଦିରରୁ ଆଗତ ସଂଜୟ ଭଟ୍ଟରାୟ ଭାଇଙ୍କ ଦ୍ୱାରା ଠାକୁରଙ୍କ ପବିତ୍ର ଧ୍ୱନୀ ଦିଆଯାଇ ସତସଙ୍ଗ ସମାପ୍ତ ହୋଇଥିଲା । ପରେ ସମସ୍ତ ମା’ ଓ ଗୁରୁମା’ଙ୍କ ଦ୍ୱାରା ମାତୃ ସମ୍ମୀଳନୀ କରାଯାଇଥିଲା । ଏହାକୁ ମା’ ପବିତ୍ର ସାହୁ ସଂଚାଳନ କରିଥିଲେ । ଦିବସ ବ୍ୟାପି ଉକ୍ତ କାର୍ଯ୍ୟକ୍ରମକୁ ପରିଚାନନା କରିଥିଲେ ବରଦା ଗ୍ରାମ ପଂଚାୟତ ସରପଂଚ ପରିକ୍ଷୀତ ମହାପାତ୍ର । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅବସର ପ୍ରାପ୍ତ ଶିକ୍ଷକ ବରିଷ୍ଠ ଗୁରୁଭାଇ ଚକ୍ରଧର ଜେନା,ପଦ୍ମଲୋଚନ ସେଠୀ,ସୁଦାମ ଚରଣ ସାହୁ,ପରେଶ ବାରିକ,ସତ୍ୟବାନ ତ୍ରିପାଠୀ,ସୁଦର୍ଶନ ସାର,ନରେନ୍ଦ୍ର ଭାଇ,ସୁରେନ୍ଦ୍ର କର,ରତ୍ନାକର ଦାସ,ଲକ୍ଷ୍ମୀଧର ବାରିକ,ମୁକ୍ତିକାନ୍ତ ମହଲା,ବିମଳ ଜେନା ଏବଂ ଆହୁରୀ ଅନ୍ୟ ମାନେ ।