ବାରିପଦା : ମୟୁରଭଞ୍ଜ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁସୁମି ବ୍ଲକ ଅନ୍ତର୍ଗତ ବଡହାତନାବେଡା ପଞ୍ଚାୟତ ଅଧୀନ ରେ ଥିବା ରାଇପଡା ଗାଁ ର ରାସ୍ତା ଅବସ୍ଥା ଅତ୍ଯନ୍ତ ଶୋଚନୀୟ । ଏହି ଗାଁ ଟି ରହିଛି ଝିବାବନ୍ଧ ପଞ୍ଚାୟତ ରୁ ବଡହାତନାବେଡା ପଞ୍ଚାୟତ ର କାଠଭାରିଆ ଗ୍ରାମ ଯାଏଁ ପ୍ରଧାନମନ୍ତ୍ରୀ ରାସ୍ତା ରହିଛି କିନ୍ତୁ କାଠଭାରିଆ ହାଇସ୍କୁଲ ଛକ ଠାରୁ ରାଇପଡା ଗାଁ ଯିବାଆସିବା ପାଇଁ କଚା ରାସ୍ତା ରହିଛି।ରାସ୍ତା ଖାଲ କମାଲ ଯୋଗୁଁ ବର୍ଷାରେ କାଦୁଅ ଫଚ୍ ଫଚ୍ ହୋଇଯାଇଛି । ଯାହା ଫଳରେ ସାଇକେଲ, ବାଇକ୍,ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା କରିବାପାଇଁ କଷ୍ଟକର ହୋଇପଡିଛି। ରାତି ପାହିଲା ପରେ ସ୍କୁଲ ପିଲା ଠାରୁ ଆରମ୍ଭ କରି ଅନେକ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ଏହି ସମ୍ପୁର୍ଣ୍ଣ ଗ୍ରାମର ଲୋକେ ଏହି ରାସ୍ତା ଦେଇ ମୁଖ୍ୟତଃ ବିଭିନ୍ନ ପଞ୍ଚାୟତ, ବ୍ଲକ୍, ମେଡିକାଲ, ସ୍କୁଲ , କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯିବାକୁ ତଥା ଗାଁ କୁ ଯିବାଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଆଗରୁ ଯେନତେନ ପ୍ରକାରେ ଯାତାୟତ କରୁଥିବା ବେଳେ ଏବେ ଦୁଇ ଦୁଇ ମାସ ହେଲା ଲଗାଣ ବର୍ଷାରେ ଏହି ଗାଁ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ପିଲାମାନେ ସ୍କୁଲ କଲେଜ ଯିବା ପାଇଁ ହନ୍ତସନ୍ତ ହେଉଛନ୍ତି ।
କାଦୁଅ ପଚ ପଚ ରେ ଖାଲ ଖମାର ରେ ପରିଣତ ଏହି ରାସ୍ତାରେ ଦୀର୍ଘ ଦିନ ହେଲା ରାସ୍ତାରେ ମୋରମ ମୁଠାଏ ପଡି ନଥିବାରୁ ଲୋକେ ଏହି ରାସ୍ତା ଦେଇ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ତେଣୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାପାଇଁ ଗ୍ରାମବାସୀ ଦାଵୀ ଜଣାଇଛନ୍ତି ।
