Onn 3

ଆମ ଓଡିଶା ନବୀନ ଓଡିଶାରେ ପଂଚାୟତ ଭିତ୍ତିଭୂମି ବିକାଶ ସଚେତନତା

State

ଜିଗ୍ନିପୁର ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି : ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜିଗ୍ନିପୁର ପଂଚାୟତରେ ହେବାକୁ ଯାଉଥିବା ଭିତ୍ତିଭୂମି ବିକାଶ ସଂକ୍ରାନ୍ତରେ ସରପଂଚ ତିଳୋତ୍ତମା ରାଉତଙ୍କ ସଭାପତିତ୍ୱରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ବିଧାୟକଙ୍କ ବ୍ୟକ୍ତିଗତସହାୟକ ଉମାଶଙ୍କର ବିଶ୍ୱାଳ,ଉପାଧ୍ୟକ୍ଷ ଅଶୋକ ଓଝା, ପଂଚାୟତ ସଭାପତି ଧୀରେନ୍ଦ୍ରନାଥ ବେହେର, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ସିଡିପିଓ ସତ୍ୟଭାମା ବିଶୋଇ, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମିର୍ଜା ଅବୁଲ ବେଗ୍‌, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଂଜନ ରାଉତ, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ ପ୍ରମୁଖ ଯୋଗଦେଇ ପଂଚାୟତର ବହୁ ବୟୋଜ୍ୟୋଷ୍ଠ ମୁରବୀ, ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।