ସମୂହ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ । ୫ ଦିନ ଧରି ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ହେବାରୁ ସେମାନେ ଛୁଟରେ ଯାଇଛନ୍ତି । ରାଜ୍ୟର ପ୍ରାୟ ଏକ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସମୂହ ଛୁଟି ଯୋଗୁ ୫୦ ହଜାର ସ୍କୁଲରେ ତାଲା । ବାଧାପ୍ରାପ୍ତ ହୋଇଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା । ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଶିକ୍ଷକଶିକ୍ଷୟିତ୍ରୀମାନେ ଧାରଣାରେ ବସିଛନ୍ତି।