Kentalo Gp

କେଣ୍ଟାଳ ପଂଚାୟତରେ ସଚେତନତା

State

ନିଶ୍ଚିନ୍ତକୋଇଲି  : କେଣ୍ଟାଳ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରକାରଙ୍କର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ବିଭିନ୍ନ ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା କରାଯିବା ସହିତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଚେତନତା କରାଯାଇଛି । ସରପଂଚ ତୃପ୍ତିମୟୀ ନାୟକଙ୍କ ସଭାପତିତ୍ୱ ଏବଂ ବିଜେଡି ନେତା ଦେବେନ୍ଦ୍ର ସାହୁଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ସାହୁ, ପୂର୍ବତନ ସରପଂଚ ଅନ୍ନଦା ପ୍ରସନ୍ନ ନାୟକ, ସମିତିସଭ୍ୟ ଇମ୍ରାନ୍ ଖାଁ, ପୂର୍ବତନ ଜିଲ୍ଲାପରିଷଦ ପ୍ରକାଶ ସାହୁ, ପି.ଇ.ଓ. ପ୍ରସନ୍ନ କୁମାର ସାହୁଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି ଓ ଆଶାକର୍ମୀ, ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଶତାଧିକ ସମ୍ମାନସ୍ପଦ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।