Natakai G.r. Re Sachetan

ନତକାଇ ପଂଚାୟତରେ ସଚେତନତା

State

ନିଶ୍ଚିନ୍ତକୋଇଲି : ନତକାଇ ପଂଚାୟତର ସରପଂଚ ଜୟଦେବ ରାଉତଙ୍କ ସଭାପତିତ୍ୱରେ ବାଣୀନଗରସ୍ଥିତ ଅରବିନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଂଚାୟତର ୧୧ଟି ୱାର୍ଡରେ ବିଭିନ୍ନ ପ୍ରକାର ୬୨ଟି ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ବ୍ଲକ ମହିଳା ମହାସଂଘ ସଭାନେତ୍ରୀ କନକଲତା ଭୂୟାଁ, ସମିତିସଭ୍ୟା ସରସ୍ୱତୀ ରାଉତ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ପୂର୍ବତନ ସରପଂଚ ବନ୍ଦନା ମାଝୀ, ପଶୁରାମ ବେହେରା, କେଶବ ଚନ୍ଦ୍ର ବିଶ୍ୱାଳ, ପି.ଇ.ଓ. ସୁରେଶ ସାହାଣୀ, ଜିଆରଏସ୍ ସସ୍ମିତା ରାଉତ, ପଂଚାୟତ ମହିଳା ସଂଘସଭାନେତ୍ରୀ ଶ୍ରୀମତୀ ପଣ୍ଡା ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କର ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଜନସଚେତନତା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶତାଧିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।