Narendrapur G.p.

ନରେନ୍ଦ୍ରପୁର ପଂଚାୟତରେ ସଚେତନତା

State

ନିଶ୍ଚିନ୍ତକୋଇଲି : ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ନରେନ୍ଦ୍ରପୁର ପଂଚାୟତରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରାଯିବା ସହ ବିଜେଡି ସରକାରଙ୍କର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ôଚବ ସେ ନେଇ ସଚେତନତା କରାଯାଇଛି । ସରପଂଚ ନମିତା ରାୟଙ୍କ ସଭାପତିତ୍ୱ, ଆଇନଜୀବୀ ବିନୋଦ ବିହାରୀ ଚୌଧୁରୀଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଢ, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଲକ ମହିଳା ମହାସଂଘର ସଂପାଦିକା ସତ୍ୟଭାମା ନାୟକ, ପୂର୍ବତନ ସରପଂଚ ନିରଞ୍ଜନ ସାହୁ, ବନବିହାରୀ ସେଠୀ, ଗଙ୍ଗାଧର ସାହୁ, ପ୍ରଭାକର ଗୋଚ୍ଛାୟତ, ସନ୍ତୋଷ ସିଂ, ଗୁଲାମ ମେହେନ୍ଦୀ ହାସନ, ପି.ଇ.ଓ. ସୁଜୟ ବେହେରା, ସଂଖ୍ୟାଲଘୁ ସେଲ ସଭାପତି ମିର୍ଜା ଅବୁଲ ବେଗ୍ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କେଶବଚନ୍ଦ୍ର ଲାଲା ଧନ୍ୟବାଦ ଅର୍ପଣ କରିଥିଲେ ।