Onn 3

ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

Crime State

ବାରିପଦା: ଶୀତ ପ୍ରକୋପରୁ ରାତି ୧୦ ଟା ପରେ ରାସ୍ତା ଘାଟ ଶୁନଶାନ୍ ।ଏହାର ଫାଇଦା ନେବାକୁ ବସିଛନ୍ତି ଚୋର ଦଳ । ସୂଚନାଯୋଗ୍ୟ ଶନିବାର ରାତି ୧୨.୫୦ ପାଖାପାଖି ସମୟରେ ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ବନ୍ଦ ଥିବା ସମୟରେ ଚୋରୀ ଉଦ୍ୟମ କରି ବିଫଳ ହୋଇ ଫେରି ଯାଇଛନ୍ତି ।ଚୋର ଦଳ ରାତିରେ ମଦ ଦୋକାନରେ ତାଲା କାଟି ସଟର ଖୋଲିବା ଉଦ୍ୟମ ରଥ ସମୟରେ ପୋଲିସ ପେଟ୍ରୋଲିଂ ହେଉ ଅବା କାହାକୁ ଦେଖି ହେଉ ଅବା ସଟର ଖୋଲିବା ବିଫଳ ହୋଇ ଛୁ ମାରି ଖସି ପଳାଇଥିଲେ ।

ଆଜି ସକାଳୁ ମଦ ଦୋକାନ କର୍ମଚାରୀ ଦୋକାନ ଖୋଲିବାକୁ ଯାଇ ଦେଖନ୍ତି ତ ତାଙ୍କ ଦୋକାନର ଦୁଇଟି ତାଲାକୁ କାଟି ଦେଇଛନ୍ତି । ଚୋରମାନେ ସଟରର ହେଣ୍ଡଲ ନ ଥିବାରୁ ସଟର ଖୋଲିବା ଉଦ୍ୟମରେ ବିଫଳ ହୋଇଥିଲେ । କିନ୍ତୁ ରବିବାର ସଂନ୍ଧ୍ୟା ସୁଦ୍ଧା ଦୋକାନୀ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନାହିଁ ।ସିସି କେମେରାରେ ଦୁଇ ଜଣ ଯୁବକ ମୁହଁରେ କପଡ଼ା ବାନ୍ଧିଥିବା ଦେଖା ଯାଉଥିଲା ।