Onn 3

ଭଞ୍ଜସେନା ପକ୍ଷରୁ ଆସନ୍ତାକାଲି ହେବାକୁଥିବା ହରତାଳ ସ୍ଥଗିତ

State

ବାରିପଦା: ମୟୁରଭଞ୍ଜ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବ ରେଗୁଲାର କୋର୍ସ ଏବଂ ପୁରୁଣା ଷ୍ଟାଫ ଙ୍କୁ କେନ୍ଦୁଝର ସ୍ଥିତ ଦ୍ଵିତୀୟ କ୍ୟାମ୍ପସ ରୁ ଫେରାଇ ଆଣିବା ସହିତ ବାରିପଦା ସ୍ଥିତ ବିଶ୍ୱବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଗଢ଼ିତୋଳିବା ଦାବୀ ନେଇ ଆସନ୍ତାକାଲି 18ତାରିଖ ସୋମବାର ଦିନ ସଖାଳ 10ଘଟିକା ଠାରୁ ୧୮ନଂ ଜାତୀୟ ରାଜପଥ ଉପରେ ବିଭିନ୍ନ ଜାଗାରେ ହରତାଳ କରାଯିବାର ସ୍ଥିରୀକୃତ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏହି ଭଳି ଗୁରୁତର ପ୍ରସଙ୍ଗ କୁ ହୃଦୟଙ୍ଗମ କରି ଆଜି ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସଂଧ୍ୟା ସମୟ ରେ ଜରୁରୀକାଳୀନ ବୈଠକ ଡ଼ାକିଥିଲେ ଏବଂ ଏହି ବୈଠକ ରେ ଉପ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଏ ଡି ଏମ ଦୌଲତ ଚନ୍ଦ୍ର କର, ବାରିପଦା ଥାନାଧିକାରୀ ଉପସ୍ଥିତ ରହି ପ୍ରତିଶ୍ରୁତି ଦେଲେ ଯେ ଆସନ୍ତା ୨୩ ତାରିଖ ଶନିବାର ଦିନ ଭୁବନେଶ୍ଵର ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ସହ ଭଞ୍ଜସେନା ର ପ୍ରତିନିଧି ମଣ୍ଡଳୀ ଙ୍କ ସହ ସବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରି ମୟୂରଭଞ୍ଜ କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାର ନିର୍ଭର ପ୍ରତିଶ୍ରୁତି ଦେଲେ l

ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ର ହରତାଳ କୁ ଭଞ୍ଜସେନା ସ୍ଥଗିତ ରଖିବା ସହ ଜିଲ୍ଲା ବାସୀ ଙ୍କୁ ଅବଗତ କରୁଅଛି ଯେ ଯଦି ଆସନ୍ତା ୨୩ ତାରିଖ ରେ ହେବାକୁ ଥିବା ଆଲୋଚନା ର କୌଣସି ସୁଫଳ ନ ମିଳେ ତେବେ ଜିଲ୍ଳା ବ୍ୟାପି ସମସ୍ତ ମହାବିଦ୍ୟାଳୟ ରେ ଛାତ୍ର ସଚେତନତା କରିବା ସହ ଭଞ୍ଜ ସେନା ର କର୍ମକର୍ତ୍ତା ମାନେ ଆମରଣ ଅନଶନ ପାଇଁ ପ୍ରସ୍ତୁତ ରହିବେ ବୋଲି ଆଜି ର ବୈଠକ ରେ ଉପସ୍ଥିତି ଥିବା ସଂଗଠନ ର ସମସ୍ତ ନେତ୍ରୁ ମଣ୍ଡଳୀ ଜଣାଇଛନ୍ତି l ଆଜି ର ବୈଠକ ରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, କାର୍ଯ୍ୟକାରି ସଭାପତି ସାମନ୍ତ ଶେଖର ପାଲ୍, ଉପସଭାପତି ରାକେଶ ମହାନ୍ତି, ମୁଖପାତ୍ର ମାନସ୍ ବେହେରା, ଯୁବ ଛାତ୍ର ସଂଯୋଜକ ଏସ କେ ରାଜା ଖାନ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ସଂଯୋଜକ ସୁର୍ୟ ବର୍ଦ୍ଧନ ସିଂଦେଓ, ଯୁବ ନେତା ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l