Onn 3

ବାରିପଦାରେ ୬ ଦିନିଆ ମକର ମିଳନ ଉତ୍ସବ ଉଦଯାପିତ

State

ବାରିପଦା: ବାରିପଦା ସହରର ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ଅଂଚଳରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ୬ ଦିନ ଧରି ଅନୁଷ୍ଠିତ ମକର ମିଳନ ଉତ୍ସବ ଉଦଯାପିତ ହୋଇଯାଇଛି I ଶେଷ ଦୁଇଦିନ ଧରି ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଶିଳ୍ପପତି ଗିରିଶ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଏମ ସି ସି ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ଓ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସମେତ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ମହେଶ୍ୱର ବେହେରା, ନବ କିଶୋର ପାଲବାବୁ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ୭୦ ପ୍ରକାର ଖେଳକୁଦରେ କୃତିତ୍ୱ ହାସଲ କରିଥିବା ୨ ଶହରୁ ଅଧିକ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I

କେରମ ଖେଳରେ ରାଜାରାମ ମାର୍ଣ୍ଡି ଓ ସଦାନନ୍ଦ ସିଂ, ବେଡ଼ମିଣ୍ଟନରେ କୀର୍ତ୍ତିମୟ ମୁଖି ଓ ରାକେଶ କୁମାର ମାର୍ଣ୍ଡି, କବାଡିରେ ଏମ ବି ଜେ ଟାଇଗର, ପବଜିରେ ଟିମ ଭି – ୭ ତଥା ଏଥଲେଟିକରେ ଧାନୀ ବୈଠା, ଲତିକା ସେନାପତି ଏବଂ ଶୁଭମ ବାଗ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ I ଏହି ଅବସରରେ ଶିଶୁ ଶ୍ରମିକରୁ ଜାତୀୟ ଖେଳାଳୀ ତଥା ଏବେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ପୂର୍ଣ୍ଣଚନ୍ଦ୍ର ସ୍କୁଲର ପୂର୍ବତନ ଛାତ୍ର ମାନସ କୁମାର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ମା ମାଉସୀ ଓ ଭାଉଜ ମାନଙ୍କର ଶଙ୍ଖ ଫୁଙ୍କା, ଲେମ୍ବୁ ଚାମୁଚ, ମ୍ୟୁଜିକ ଚେୟାର, ତଥା ଝୁମର ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ମଳୟ ଦତ୍ତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ମହାପାତ୍ର (ଲିଟନ), ଶେଖ ଅଜିଜ, ଉମେଶ ମହାରଣା, କାହ୍ନI ଘଡେଇ, ରାଜେଶ ସାହୁ, ଅମିତ ତେଲେଙ୍ଗା, ଝୁନା ତେଲେଙ୍ଗା, କୁଲୁ ବୈଠା ଓ ସତ୍ୟ ନାରାୟଣ ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ I