Onn 3

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସଚ୍ଚିଦାନନ୍ଦ ଗୁରୁକୁଳରରେ ଉତ୍ସବ

State

ବାରିପଦା: ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆନନ୍ଦଉଲ୍ଲାସରେ କଟାଇ ଉତ୍ସବ ପାଳନ କରାଯାଇଛି l ହନୁମାନ ଚାଳିଶା, ରାମ ଭଜନ ସହିତ ରାମ ଚରିତ୍ରକୁ ନେଇ ବିଭିନ୍ନ ନୃତ୍ୟ ଓ ସଂଗୀତରେ ପରିବେଶ ରାମମୟ ହୋଇଯାଇଛି l ଚେଷ୍ଟା ଜାରିରଖିଲେ ବିଫଳତାକୁ ଜୟ କରି ହୁଏ l ପ୍ରଭୁ ରାମଚନ୍ଦ୍ର ତାଙ୍କ ଅବତାରରେ ଦେଖାଇ ଦେଇଛନ୍ତି ବୋଲି ଅଥିତି ରୂପେ ଯୋଗଦେଇ ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥି କହିଥିଲେ l

ଜୀବନରେ ସବୁଠାରୁ କଠିନ ସମସ୍ୟା ହେଉଛି ନିଜକୁ ଚିହିଁବା l ସେଥିପାଇଁ ପୁସ୍ତକ ଜ୍ଞାନ ସହିତ ଗ୍ରନ୍ଥର ଜ୍ଞାନ ଆବଶ୍ୟକ ହୋଇଥାଏ l ଯାହାକି ସଚ୍ଚିଦାନନ୍ଦ ଗୁରୁକୁଳରେ ମିଳିଥାଏ ବୋଲି ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆଜିର ଉତ୍ସବ ରେ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ଉପଲକ୍ଷେ ଅତିଥିରୂପେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଥିଲେ l ବାରିପଦା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡା ତରୁଣ ଓଝା, ସାମ୍ବାଦିକ କବି ବିଷ୍ଣୁ ଶତପଥି, ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଡା ବିନତି ମଲ୍ଲିକ, ମୟୁରଭଞ୍ଜ ଏଥେଲେଟିକ ଏସୋସିଏସନର ସମ୍ପାଦକ ବିଜୟ ଦାସ, ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି, ସୁନୀଲ ଦାସ ଓ ପ୍ରଦୀପ ମହାନ୍ତି, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ସଂଜୀବ କୁମାର ରଂଜିତ, ଅବସରପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ, ସମାଜସେବୀ ସରୋଜ ଖୁଣ୍ଟିଆ, ନିରୋଜ ପୁଥାଳ, ଓଆରଡି ଅଧ୍ୟକ୍ଷ ସାଇପ୍ରକାଶ ମହାନ୍ତି, ଶିକ୍ଷାବିତ ହୃଦାନନ୍ଦ ଆଚାର୍ଯ୍ୟ, କଳ୍ପନା ନନ୍ଦୀ, ଗୀତାରାଣୀ ବେହେରା ଅତିଥିରୂପେ ଯୋଗ ଦେଇ ପ୍ରକାଶ କରିଥିଲେ l

ଶିକ୍ଷକ କୈଳାଶ ଦାସ ସ୍ୱାଗତ ଭାଷଣ ଦେଇ ଥିଲେ l ହିମାଂଶୁ ପାଣି ମଞ୍ଚ ପରିଚାଳନା କରିଥିଲେ l ନେନାବତୀ ଧୋଡା ଓ ମନାଲିସା ଜେନା ଛଉ ନୃତ୍ୟ ଏବଂ ରିୟା ଗିରି, ଶିବାଙ୍ଗି ଖଣ୍ଡେଲଵାଲା ଓଡିଶୀ ନୃତ୍ୟ ପରିବେଷଣ କରିଥିଲ, ଛାତ୍ରୀମାନେ ସଂଗୀତ ଓ ଗୁରୁକୁଳର ଛାତ୍ରମାନେ ନାଟକ ପରିବେଷଣ କରିଥିଲେ l ବିରଞ୍ଚି ବେହେରା, ସବ୍ୟସାଚୀ ପଲେଇ, ଖିରୋଦ ମହାପାତ୍ର, ବିଷ୍ନୁପଦ ବେରା,ନିରଞ୍ଜନ ମହାକୁଡ଼, ଲକ୍ଷ୍ମୀକାନ୍ତ ଗିରି ସହଯୋଗ କରିଥିଲେ l ବିଗତ ବର୍ଷରେ ୯୨% ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ସୁବାଶିଷ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା l ବରିଷ୍ଠ ଆଇନଯିବି ଅରବିନ୍ଦ ଦାସ, ଯୋଗଗୁରୁ ରାକେଶ ମହାନ୍ତ, ଯୁବନେତା ରାକେଶ ସିଂଙ୍କୁ ସମ୍ମାନିତ କରାଯାଇଥିଲା l ଅଧ୍ୟୟନ କରୁଥିବା ସମସ୍ତଛାତ୍ରଛାତ୍ରୀ, ଅଭିଭାବକ ଓ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ସମସ୍ତେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସହର ପରିକ୍ରମା କରିଥିଲେ l ସଚ୍ଚିଦାନନ୍ଦ ଗୁରୁକୁଳର ମୁଖ୍ୟ ଆଚାର୍ଯ୍ୟ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l