Onn 3

କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାକୁ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ନିନ୍ଦା

Politics State

ବାରିପଦା: ଭାରତ ଯୋଡା ନ୍ୟାୟ ଯାତ୍ରା ଆସାମ ରାଜ୍ୟରେ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କଂଗ୍ରେସର ବ୍ୟାନର ପୋଷ୍ଟର ପଡିବା ଓ ନଷ୍ଟ କରି ବିଜେପି ଓ ଆରଏସ ଏସର ଗୁଣ୍ଡାମାନେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାକୁ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଘୋର ନିନ୍ଦା କରିଛି।ଏହି ଯାତ୍ରାକୁ ରୋକିବା ପାଇଁ ଆସାମ ସରକାର ସମସ୍ତ ସରକାରୀ ବଳର ପ୍ରୟୋଗ କରିବା ସହିତ ଆମ ଦଳର ପ୍ରିୟ ନେତା ଏବଂ ତାଙ୍କର ପରିବାର ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ କରିବା ଘଟଣା ଅତ୍ୟନ୍ତ ଲଜ୍ଜ୍ୟାଜନକ। ରାହୁଲ ଗାନ୍ଧୀ ଏହି ପଦଯାତ୍ରା ମାଧ୍ୟମରେ ସମାଜର ସବୁ ସ୍ତରର ଲୋକଙ୍କ ସହ ମିଶି ସମ୍ପର୍କ ରକ୍ଷା କରି ଏକ କରିବାକୁ ପ୍ରୟାସ କରୁଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ଯିଏକି ନୂଆ ଭାରତର ସବୁଠୁଁ ବଡ ଦୁର୍ନୀତିଗ୍ରସ୍ଥ ସରକାର ଏହି ନ୍ୟାୟ ଯାତ୍ରାକୁ ମିଥ୍ୟା ଯାତ୍ରା ବୋଲି ନାମିତ କରିବାର ଅପଚେଷ୍ଟା ଚଳାଇଛନ୍ତି ଏହାର ପ୍ରତିବାଦରେ ବିକ୍ଷଭ କରିବା ସହିତ ହେମନ୍ତ ବିଶ୍ୱଶର୍ମାର କୁସପୁତ୍ତଳିକା ଜିଲ୍ଲାର ବାରିପଦା ସ୍ଥିତ ଟ୍ରାଫିକ ଛକ ଠାରେ ଦାହ କରାଯାଇଅଛି ଏବଂ ଜିଲ୍ଲା କଂଗ୍ରେସ ତରଫରୁ ଏହାର ଘୋର ପ୍ରତିବାଦ କରାଯାଇ ଅଛି।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀ ଅରବିନ୍ଦ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ, ଜିଲ୍ଲା ଉପସଭାପତି ଅରବିନ୍ଦ ଦାସ, ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସସ୍ମିତା ଘୋସାଲ, ଅଶୋକ ଅଧିକାରୀ, ଜ୍ୟୋତି ପ୍ରକାଶ ରଥ,ପ୍ରଦୀପ ମିଶ୍ର, ଏଲଡିଏମ୍ ଶିବାନନ୍ଦ ଦାସ,ଦୀପକ ଦାଶ, ମହିଳା ଟାଉନ ସଭାନେତ୍ରୀ ରଶ୍ମିତା ମିଶ୍ର, ଇତିଶ୍ରୀ ମିଶ୍ର, ଓ୍ବାହେଦା ଏହମ୍ମଦ,ଶୁଭସ୍ମିତା ଦାସ, ବାଙ୍ଗିରିପୋଷି ବ୍ଲକ ସଭାପତି ମୂରଲୀ ନାଏକ,ଶାମାଖୁଣ୍ଟା ବ୍ଲକ ସଭାପତି ଦେବେନ୍ଦ୍ର ସିଂ, ପ୍ରୋମଦ ହେମ୍ବ୍ରମ, ସ୍ବାଗନ ଦାସ, ଯୁବନେତା ବିକାଶ ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।