Onn 3

କବିତା ପୁସ୍ତକ “ଶୁଭନ୍ୟା” ଉନ୍ମୋଚିତ

State

ବାରିପଦା: ବରିଷ୍ଠ ସାରସ୍ଵତ ସାଧକ ହରନାରାୟଣ ମିଶ୍ର ଙ୍କ ଲିଖିତ କବିତା ପୁସ୍ତକ “ଶୁଭନ୍ୟା” ଉନ୍ମୋଚିତ ହୋଇଯାଇଛି।ଉନ୍ମୋଚନ ସମାରୋହ ରେ ପ୍ରଫେସର ଡ ସରୋଜ ନାୟକ ମୁଖ୍ୟଅତିଥି,ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ମୁଖ୍ୟବକ୍ତା, ଇଂ ସୌରଭ ତ୍ରିପାଠୀ ଓ ତପନ କୁମାର ମହାକୁଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବିଙ୍କର ମହନୀୟ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଡ ଅନ୍ଵେଷ ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ କବି ହରନାରlୟଣ ମିଶ୍ର ପୁସ୍ତକରେ ସ୍ଥାନିତ କବିତା ସମୂହ ର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ।କବି ଙ୍କ  ଲିଖିତ ଏହl ୪୪ତମ ପୁସ୍ତକ ହୋଇଥିବା ବେଳେ ଲେଖନୀର ପଦଯାତ୍ରା ସିରିଜ ର ଏହା ୩୪ତମ ସଂସ୍କରଣ।ପୁସ୍ତକଟି ପାଠକୀୟ ସ୍ଵୀକୃତି ଲାଭ କରିବ ବୋଲି ମତପ୍ରକାଶ ପାଇଛି।