Onn 3

ପି.ପି କଲେଜରେ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଓଡ଼ିଶା-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ.ଅଲେଖଚନ୍ଦ୍ର ସାମଲଙ୍କ ସଂଯୋଜନାରେ ପାରମ୍ପାରିକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନୃତ୍ୟଗୁରୁ ମୀନକେତନ ରାଉତ, ଗାୟକ ମେହେରବାନ୍ ଖାଁ ଓ ଅଧ୍ୟାପକ କ୍ଷୀରୋଦ କୁମାର ନନ୍ଦ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ।

ପୁରସ୍କାର ବିତରଣ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରମୋଦ କୁମାର ପଣ୍ଡା, ସମ୍ପାଦକ ଜୀବନାନନ୍ଦ ଦାସ,ଥାନା ସବଇନସପେକ୍ଟର ତପନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରଶାନ୍ତୀ ଭାରତୀ, ଅଧ୍ୟାପକ ଦୀପକ ଦ୍ୱିବେଦୀ, ଅଧ୍ୟାପକ ଶିଶିର ସାହୁ, ଅଧ୍ୟାପକ ପ୍ରଦୀପ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।