Image 1704625942.jpg

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି ୪ଟି ବିରଳ କଳା ବାଘ

State

IMAGE_1704625942

ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ । ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିର। ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି । ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର । ପ୍ରକୃତି ଆମକୁ ସବୁବେଳେ ଚମତ୍କୃତ କରିଥାଏ ।

ଓଡ଼ିଶା ଜଙ୍ଗଲରେ ଠାବ ହୋଇଥିବା କଳାବାଘ ବିରଳରୁ ବିରଳତମ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । କିଛି ଦିନ ତଳେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ କ୍ୟାମେରା ଲେନ୍ସରେ କଳା ବାଘ ଠାବ ହୋଇଥିଲା । ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବା ଆଶାତୀତ ଏବଂ ଉତ୍ସାହଜନକ ।