Sadaka Surakhya Sachetanata Karjyakrama

ଜାତୀୟ ସେବା ସ୍ୱେଚ୍ଛାସେବୀଙ୍କ ସଡ଼କ ସୁରକ୍ଷା ସଚେତନତା

State

ନିଶ୍ଚିନ୍ତକୋଇଲି : ନତକାଇ ସ୍ଥିତ ବଲ୍ଲଭୀ ଦେବୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷା ଡ଼ଃ.ପୁଷ୍ପିତା ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ସଚେତନତା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅବସରପ୍ରାପ୍ତ ଆର.ଟି.ଓ ଅଧିକାରୀ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡ଼କ ସୁରକ୍ଷା ଜୀବନ ରକ୍ଷାର ମାର୍ଗଦର୍ଶନ କରାଇଥିଲେ । ସ୍ୱେଚ୍ଛାସେବୀ ମାନେ ଆରୋହୀମାନଙ୍କୁ ଗାଡ଼ି ଚଳାଇଥିବା ସମୟରେ ହେଲମେଟ ପିନ୍ଧିବା,ବେଲଟ ପିନ୍ଧିବା,ମୋବାଇଲ ବ୍ୟବହାର ନକରିବା,ମଦ୍ୟପାନ ଠାରୁ ଦୂରେଇ ରହିବା,ଦ୍ରୁତ ଗତିରେ ଗାଡ଼ି ନଚଳାଇବା ଏବଂ ବିନା କାଗଜପତ୍ରରେ ରାସ୍ତାରେ ଗାଡ଼ି ନଚଳାଇବାକୁ ବାରଣ କରି ବ୍ୟାପକ ସଚେତନତା କରାଇଥିଲେ । ଜାତୀୟ ସେବା ଯୋଜନାରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ଼ଃ ଜୟନ୍ତୀ ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ନାୟକ ଓ ସୁଧାଂଶୁ ବେଜ ପରିଚାଳନାରେ ସହଯୋଗ କରିଥିଲେ ।