Cricket Tournament 1

ମା’ ହରଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମଧୁଶାସନ ଚମ୍ପିୟନ

State

ନିଶ୍ଚିନ୍ତକୋଇଲି : କେରିଲୋ ପଞ୍ଚାୟତ ଛପଚିକଣାର ମା’ ହରଚଣ୍ଡୀ କ୍ରିକେଟ ଆସୋସିଏସନ ପକ୍ଷରୁ ଚଳିତବର୍ଷର ଟୁର୍ଣ୍ଣାମେଣ୍ଟ ୧୧ଦିନ ବ୍ୟାପୀ ଚାଲି ମଙ୍ଗଳବାର ଦିନ ଉଦଯାପିତ ହୋଇଛି । ଏହାର ଚୁଡ଼ାନ୍ତ ବେଳରେ ମଧୁଶାସନ କ୍ରିକେଟ ଟିମ୍ ହାଇଡ଼ା ଦଳକୁ ୨୨ରନରେ ପରାଜୟ କରିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଚମ୍ପିୟନ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ଶୁଭ୍ରା ମହାନ୍ତି, ବୈକୁଣ୍ଠ ନାଥ ସିଂହଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ସରୋଜ ପଣ୍ଡା,ସୁଶାନ୍ତ ନାୟକ ,ପ୍ରେମାନନ୍ଦ ଦାସ କ୍ରୀଡ଼ା ପରିଚାଳନା କରିଥିଲେ । କ୍ଲବର ସଭାପତି ସଂଗ୍ରାମୀ କେଶରୀ ରାଉତରାୟ, ସମ୍ପାଦକ ଦୀପକ କର,ପ୍ରମୋଦ ପଣ୍ଡା, ଜ୍ଞାନରଂଜନ ପଣ୍ଡା,ଦେବଦତ୍ତ ପଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।