Onn 3

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଓ ନେତା

Politics State

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ।

ସୂଚନାଥାଉ କି,  ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂପୃକ୍ତ ସଚିବଙ୍କ ବିରୋଧରେ DOPT ନିକଟରେ ୨୪  ଜୁନରେ କରିଥିଲେ ତଥ୍ୟ ସହିତ ଲିଖିତ ଅଭିଯୋଗ  । ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ଅଭିଯୋଗ କରିଥିବା ନେଇ ଉଭୟେ ଅଭିଯୋଗ କରିଥିଲେ ।  ଏହି ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କର ଏହି ଚିଠିକୁ ଟୁଇଟ କରି ସେୟାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସୂଚନାଥାଉ କି, କିଛି ଦିନ ତାରିଖ ଦିନ ଭୁବନେଶ୍ୱର ସାଂସଦ ଏକ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗମର ହୋଇଥିଲା । କଂଗ୍ରେସ ବି ଏ ନେଇ ପ୍ରଶ୍ନ କରିଥିଲା । ସାଂସଦ ଅପରାଜିତା ଓ ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ପତ୍ରରେ ସେ ଫଟୋ, ଭିଡିଓ ସଂଲଗ୍ନ କରିଥିଲେ ।

ସାସଂଦ ଅଭିଯୋଗ ଆଣିଥିଲେ, ସଚିବ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବା ସହ ବିଭିନ୍ନ ରାଜନୈତିକ ସଭା ସମିତିରେ ଯୋଗ ଦେଉଛନ୍ତି । ଏଥିସହିତ ସରିକାରୀ ପ୍ରକଳ୍ପର ଘୋଷଣା କରିବା ସହ ପୋଲିସ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି । ଏପରିକି ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଅବମାନନା କରିବା ସହ ଦୁର୍ବ୍ୟବହାର କରୁଛନ୍ତି ଏବଂ ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ରହୁଛନ୍ତି  । ଏସବୁ ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେବା ସହ ଅର୍ଡର ଅଫ ପ୍ରେସେଡେନ୍ସିର ଉଲ୍ଲଘଂନ କରୁଛି ବୋଲି ଉଭୟେ ଅଭିଯୋଗ ଆଣିଥିଲେ l

ସାଂସଦଙ୍କ  ଅଭିଯୋଗର  ୪୮ ଘଣ୍ଟା ମଧ୍ୟରେ  ଜୁନ ୨୬ ତାରିଖରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ମୁଖ୍ୟ ଶାସନ ସଚିବ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।