Onn 3

ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ: ଜଣେ ମୃତ, ୨ ଗୁରୁତର

State

 

blast-2

ରାଉରକେଲା : ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଶ୍ରମିକ ମୃତ, ୨ ଗୁରୁତର । ରାଉରକେଲା କଲୁଙ୍ଗା ଇଣ୍ଡ୍ରଷ୍ଟ୍ରିଆଲ୍ ଇଷ୍ଟେଟ ସ୍ଥିତ ଶୁଭମ୍‌ ଇସ୍ପାତରେ ଦୁର୍ଘଟଣ । ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଜଣେ ଶ୍ରମିକ ମୃତ, ୨ ଗୁରୁତର ହୋଇଛନ୍ତି । ୨ ଗୁରୁତର ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ମୃତକ ଚିନ୍ମୟ ବେହେରା ବୋଲି ଜଣାପଡିଛି । ତାଙ୍କ ଘର ଯାଜପୁରର ବୋଲି ଜଣାପଡିଛି । ସେପଟେ ଆହତ ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।