Onn 3

କାଦବରାଙ୍ଗ ବଜାରରେ ଜଳିଗଲା ୨ବଖରା ଗୃହ

State

ଆଗରପଡ଼ା :ମଙ୍ଗଳବାର ବିରମ୍ବିତ ରାତିରେ ବନ୍ତ ବ୍ଳକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ବଜାରରେ ଥିବା ସ୍ଥାନୀୟ ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ୨ବଖରା ନଡ଼ା ଛପର ଗୃହ ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ନାନା ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ;ଶ୍ରୀ ସାହୁ ଉକ୍ତ ଗୃହର ଗୋଟିଏ ବଖରାରେ ପ୍ରାୟ ୯୦ ବସ୍ତାରୁ ଅଧିକ ଧାନ ରଖିଥିବା ବେଳେ ନିଆ ଲାଗି ସମସ୍ତ ଧାନ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଏକ ବଖରାରେ ଥିବା ୨ ଗୋଟି କମ୍ପ୍ୟୁଟର ଓଜନ କଣ୍ଟା,ସାଇକେଲ ଓ ନଗଦ ୧ଲକ୍ଷ କୋଡ଼ିଏ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ଖଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା ।

ଏହି ଖବର ପାଇ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ପୂର୍ବତନ ସରପଂଚ ତଥା ପଂଚାୟତ ବିଜେଡ଼ି ସଭାପତି ଭାଗିରଥୀ ସେଠୀ,ବ୍ଲକ ବିଜେଡ଼ି ଯୁବ ସଭାପତି ସତ୍ୟ ସାଧନ ବେଜ,ସରପଂଚ ତପୋଇ ସେଠୀ,ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ,ଯୁବ ନେତା ବିଷ୍ଣୁ ଦାସ,ନାରୀନେତ୍ରୀ ସୁନାରାଣୀ ପଣ୍ଡା,ଏସଆରଏନ କମ୍ପାନୀ ମୁଖ୍ୟ ପ୍ରିତିଶ ଶତପଥି,ସାମ୍ବାଦିକ ବିନୋଦ ଧଳ ସାମନ୍ତ,ଅକ୍ଷୟ ସିଂହ,ରାଜ୍ୟ ମାନବାଧିକାର ମିଶନ ରାଜ୍ୟ ସଂପାଦକ ନିରୋଜ ଆଇଚ ପ୍ରମୁଖ ଘଟଣା ସ୍ଥଳରେ ପହଂଚିଥିଲେ ।