Onn 3

ଓଡ଼ଙ୍ଗରେ ଗଡ଼ିଲା ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତରେ ବୁଧବାର ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିଛି । ବନ୍ତ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଅର୍ପଣ ରଥ ପ୍ରଥମେ ବୋଡ଼କ ଶାସନର ଗ୍ରାମଦେବୀଙ୍କ ପାଖରେ ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯିବାପରେ ଏହା ପଂଚାୟତର ୫ଗୋଟି ବିଭିନ୍ନ ୱାର୍ଡ଼କୁ ପରିକ୍ରମା କରିଥିଲା । କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଲଳ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ଲୋକ ସାମିଲ ଥିଲେ ।

ଏଥିରେ ବିଡ଼ିଓଙ୍କ ସମେତ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ଚିନ୍ମୟ ଦାସ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା,ଆଇନଜୀବୀ ତଥା ବନ୍ତ ପଂଚାୟତ ସମିତିସଭ୍ୟ ପରମେଶ୍ୱର ବାରିକ, ସ୍ଥାନୀୟ ସରପଂଚ ଲକ୍ଷ୍ମୀପ୍ରିୟା ଦାସ, ସମିତିସଭ୍ୟା ରଜନୀ ଯେନା,ବିଜେଡ଼ି ପଂଚାୟତ ସଭାପତି ନାରାୟଣ ଚନ୍ଦ୍ର ଦାସ,ପୂର୍ବତନ ସରପଂଚ ଧନେଶ୍ୱର ପଢିଆରି, ରମାକାନ୍ତ ରାଉତ, ଶ୍ୟାମ ସୁନ୍ଦର ଦାସ, ସଂଜୟ ତ୍ରିପାଠୀ,ସଂଜୟ ପାଳ, ରାଜୀବ ଯେନା, ଅଶୋକ ଖିଲାର ,ପ୍ରଦୀପ ବେହେରା, ଶଶିକାନ୍ତ ମଲ୍ଲିକ, ଉର୍ବଶୀ ମଲ୍ଲିକ ,ବାବୁ ରାଉତ, ଲକ୍ଷ୍ମୀଧର ଜେନାଙ୍କ ସହିତ ପଂଚାୟତ ମହିଳା ସଂଘ ଏମ୍‌ବିକେ ଜ୍ୟୋତିର୍ମୟୀ ପଣ୍ଡା ଓ ସିଆରପିମାନେ ଉପସ୍ଥିତ ଥିଲେ । ଏହି ସୁସଜ୍ଜିତ ରଥ ୫ଗୋଟି ବିଭିନ୍ନ ୱାର୍ଡ଼ ପରିକ୍ରମା କରିବା ପରେ ବାଡ଼କପାଟଣା ଶିବ ମନ୍ଦିରରେ ପହଂଚିଥିଲା । ଆଜିର ପରିକ୍ରମା ଦିବସରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ଜଗନ୍ନାଥ ପ୍ରେମୀ ଙ୍କୁ ପଂଚାୟତ ଗ୍ରାମ୍ୟ ରୋଜଗାର ସେବକ ନିରାକାର ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।

Rwer