Onn 3

ସରୋଜ ପ୍ରଧାନ କପ୍ତିପଦା ଉପଖଣ୍ଡର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ

State

ବାରିପଦା: କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ସରୋଜ କୁମାର ପ୍ରଧାନ। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶ କ୍ରମେ ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ଆନୁଷ୍ଠାନିକ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଥାଉକି ପୂର୍ବରୁ କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଅବିନାଶ ପାଣି ୨୦୨୩ ଜୁନ୍ ମାସ ଶେଷ ସପ୍ତାହରେ, ଓଡ଼ିଶା ଲୋକ ସେବା ଆୟୋଗ ଦ୍ଵାରା ପରିଚାଳିତ ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଦଳା ସଦର ମହକୁମା ଠାରେ ଉପଖଣ୍ଡର ବିଭାଗୀୟ ଦାୟିତ୍ଵ ଗ୍ରହଣ ଗ୍ରହଣ କରିଥିଲେ।

ଏହାପରେ, ନଭେମ୍ବର ମାସଠାରୁ ଶ୍ରୀ ପାଣି ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଏବଂ ଉପଖଣ୍ଡର ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି, ଶ୍ରୀ ପ୍ରଧାନ ପୂର୍ବରୁ ମଧ୍ୟ କିଛି ବର୍ଷ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ନିଜ ଅଭିଜ୍ଞତା ବଳରେ ସେ ପୁଣିଥରେ ଉପଖଣ୍ଡର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି ସମସ୍ତ ଜନସାଧାରଣ ଆଶା ପୋଷଣ କରିଛନ୍ତି। ପୂର୍ବରୁ ଶ୍ରୀ ପ୍ରଧାନ ଉଦଳା ସୂଚନା କେନ୍ଦ୍ର ତଥା ପାଠାଗାରରେ ବରିଷ୍ଠ ଲିପିକାର ଭାବେ କାର୍ଯ୍ୟରତ ଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଏବଂ ଉଦଳା ସ୍ଥିତ କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି।