Onn 3

ପ୍ରତ୍ୟୁଷ ପାଇଲେ ମେଧାବୃତ୍ତି

State

ଆଗରପଡ଼ା :ଅଡ଼ା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୪ର୍ଥ ଶ୍ରେଣୀ ଛାତ୍ର ତଥା ଜଗତସିଂହପୁର ଡ଼ାଏଟ ପ୍ରଶିକ୍ଷକ ଡ଼ଃ ପ୍ରଦୀପ ନାୟକ ଓ ସ୍ୱାସ୍ଥ୍ୟକର୍ମୀ ସୁକାନ୍ତିଙ୍କ ପୁଅ ଗତ ୨୦୨୨-୨୩ ଶିକ୍ଷାବର୍ଷରେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସମଗ୍ର ବ୍ଲକରୁ ୨ୟ ସ୍ଥାନ ଅଧିକାର କରି କୃତୀତ୍ୱ ଅର୍ଜ୍ଜନ କରିଛନ୍ତି । ସେ ଏହି ସଫଳତା ପାଇଁ ଶିକ୍ଷାକେନ୍ଦ୍ର ଗୁରୁଜୀ,ଗୁରୁମାଙ୍କ ସମେତ ପରିବାର ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି । ସେ ମଧ୍ୟ ଭଦ୍ରକ ଅଂଚଳର ବିଶିଷ୍ଟ ଜ୍ୟୋତିର୍ବିଦ ଭାଗିରଥି ନାୟକଙ୍କ ନାତି ଅଟନ୍ତି । ତାଙ୍କ ସଫଳତା ପାଇଁ ଶିକ୍ଷା କେନ୍ଦ୍ର ଓ ପରିବାର ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି ।