Onn 3

୧୫ରେ ପିଏମ୍ ଜନମନ ଯୋଜନା ପାଇଁ ବାରିପଦା ଠାରେ ଜାତୀୟ ପ୍ରସାର କାର୍ଯ୍ୟକ୍ରମ

State

ବାରିପଦା: ଆଗାମୀ ୧୫ ତାରିଖରେ ପିଏମ୍ ଜନମନ ଯୋଜନା ପାଇଁ ବାରିପଦା ଠାରେ ଜାତୀୟ ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସହିଦ ସ୍ମୃତି ଭବନ, ବାରିପଦା ଠାରେ ୫୦୦ ଜଣ ବିଶେଷ ଭାବରେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ହିତାଧିକାରୀ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବା ପାଇଁ ସ୍ଥିର କରା ଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ବାରିପଦା ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ, ଜିଲ୍ଲାର ସମସ୍ତ ପ୍ରକଳ୍ପ ପ୍ରସାଶକ ମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନିର୍ଦ୍ଧେଶ ଜିଲ୍ଲାପାଳ ଦେଇଛନ୍ତି. ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଉପସ୍ଥିତ ରହି ସମସ୍ତ ସମନ୍ୱୟ କମିଟିର ସଦସ୍ୟ ମାନଙ୍କୁ ଜିଲ୍ଲାରେ ଆଦିବାସୀ ଉନ୍ନୟନର ସମସ୍ତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ କହିଥିଲେ |

ଜିଲ୍ଲପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ଯେଉଁ ସବୁ ଗ୍ରାମବାସୀ ମାନେ ଏପର୍ଯ୍ୟନ୍ତ ଆଧାର କାର୍ଡର ସୁବିଧା ପାଇଁ ନାହାନ୍ତି, ଜାତିଗତ ପ୍ରମାଣ ପତ୍ର ଯେଉଁଠାରେ ମିଳିନାହିଁ, ସେମାନଙ୍କୁ ତୁରନ୍ତ ଏହି ସୁବିଧା କରାଇବାପାଇଁ ଅଧିକାରୀ ମାନେ ତତ୍ପର ହେବେ। ସୂଚନା ଯୋଗ୍ୟଯେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୧୫ ତାରିଖ ଦିନ ଆଭାସୀ ଜରିଆରେ କିଛି ଜିଲ୍ଲାଙ୍କ ସହିତ ଏହି ବିଷୟରେ ଆଲୋଚନା କରିବେ. ଏବଂ ବିଗତ ଦିନ ମାନଙ୍କରେ ଏହି ପିଏମ୍ ଜନମନ ଯୋଜନା ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସଂଗୀତ ଗୁପ୍ତା ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ ବିବରଣୀ ନେଇ ଥିଲେ | ଆଜିର ଏହି ବୈଠକରେ ଜିଲ୍ଲା ସମନ୍ୱୟ କମିଟିର ସମସ୍ତ ଅଧିକାରୀ ମାନଙ୍କ ସମେତ ଜିଲ୍ଲା ପରିଷଦର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ |