Onn 3

ଵିଜାତଳାରେ ରାସ୍ତା ପ୍ରଶସ୍ତିକରଣ ନେଇ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵଇଜଆତଳଆ ବ୍ଳକର ବାଙ୍କି ଛକରୁ – ବଇଜଆତଳଆ- ବଡାମତଳିଆ ରାଜ୍ୟ ଗ୍ରାମୀଣ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ତତ୍ପର ଦେଖାଇଛି । ଏଥିପାଇଁ ଗତ ଡିସେମ୍ବର ୧୯ ତାରିଖରେ ଵଇଜଆତଳଆ ବଜାର ସମେତ ଆଖପାଖ ରାସ୍ତା ସଂଲଗ୍ନ ରେ ୮୦ ଟି ଦୋକାନ,ବଜାର କୋଠାବାଡ଼ି ମାଲିକଙ୍କୁ ସ୍ଥାନାନ୍ତର ପାଇଁ ଲିଖିତ ନୋଟିସ ପ୍ରଦାନ କରାଯାଇଥିଲା ।ଶେଷରେ ଆଜି ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ ଭାବେ ଵାମନଘାଟୀ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ରଣଜିତ ମହାନ୍ତ,ବିଜାତଳା ତହସିଲଦାର ବିଶ୍ବ ବିଶ୍ରୁତ ତ୍ରିପାଠୀ,ରେଭିନ୍ଯୁ ସୁପରଭାଇଜର ପଙ୍କଜ ନାଥ,ଆରଆଇ ସତ୍ୟନାରାୟଣ ବେହେରା,,ପୂର୍ତ ବିଭାଗ ଏସଡିଓ ଧର୍ମେନ୍ଦ୍ର ସିଂ, ପୋଲିସ ପ୍ରଶାସନଙ୍କ ଉପସ୍ଥିତରେ ଜବର ଦଖଲ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ରାସ୍ତା ମଝି ରାସ୍ତାରୁ ୩୦ ଫୁଟ ଓସାର ଏବଂ ଡ୍ରେନ ପାଇଁ ଜମି ରଖାଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ପୂର୍ବରୁ ରାସ୍ତା ଓସାର କମଥିଲା ।ଲୋକେ ତେଣୁ ଗୁରୁତ୍ବ ନ ଦେଇ ସରକାରୀ ଜମିରେ ଦୋକାନ ,ଘର ତିଆରି କରି ଦେଇଥିଲେ । ଦୀର୍ଘ ବର୍ଷ ହେଲା ସେମାନେ ଦୋକାନରୁ ପ୍ରତିପୋଷଣ ହୋଇ ଆସୁଥିଲେ । ଏହାକୁ ନେଇ ମଧ୍ୟ ଦୋକାନୀମାନେ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ସେମାନଙ୍କୁ ଥଇଥାନ ଓ ଆର୍ଥିକ ସାହାଯ୍ୟ ଦେବାପାଇଁ ଲିଖିତ ଅନୁରୋଧ କରିଛନ୍ତି ।ଦୋକାନ ଘର ଭଙ୍ଗା ନେଇ ବିସ୍ଥାପିତମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ହାଡ଼ ଭଙ୍ଗା ଶୀତରେ ବୁଢ଼ାବୁଢ଼ୀ, ଗୋରୁଗାଈ,ଛୁଆପିଲାଙ୍କୁ ନେଇ କୁଆଡେ ଯିବେ? ଏବେ କେଉଁଠି ଦୋକାନ କରି ଘରଚ ଳାଇବେ ?।ଘରେ ସମସ୍ତଙ୍କ କାନ୍ଦ ବୋବାଳି ପଡ଼ିଛି ।