ଆଗରପଡ଼ା: ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ବିଟିପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ ୭୬ ବର୍ଷ ବୟସରେ ତାଙ୍କ ବାସଭବନରେ ବୁଧବାର ଭୋର ସମୟରେ ହେଦାନ୍ତ ଘଟିଛି । ସେ କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ି ଘରେ ଚିକିତ୍ସା ହେଉଥିଲେ । ହୋମିଓପାଥିକ ଚିକିତ୍ସକ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା । ଆଖପାଖ ପଂଚାୟତରୁ ଆସୁଥିବା ଛୋଟପିଲାଙ୍କ ଥଣ୍ଡା,ଜ୍ୱର ଆଦି ଭଲ କରିବାରେ ସେ ସିଦ୍ଧହସ୍ତ ଥିଲେ । ସେ ଜଣେ ସରଳ,ଅମାୟିକ,ପରୋପକାରୀ,ଧାର୍ମିକ ବ୍ୟକ୍ତି ଥିଲେ । ଦେହାନ୍ତ ବେଳକୁ ତାଙ୍କ ବିଧବା ପନ୍ତ୍ରୀଙ୍କ ସହ ଉଦୀପ୍ତ, ସତ୍ୟବ୍ରତ, ବ୍ୟୋମକେଶ, ଭାବବିନୋଦ, ରାଜୀବ କଲ୍ୟାଣ ପ୍ରମୁଖ ପୁଅ,ପୁତୁରାଙ୍କ ସମେତ ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ ।
ଏହି ଖବର ପାଇ ବିଶିଷ୍ଟ ଯାତ୍ରା ନାଟ୍ୟକାର ଡ଼ଃ ସୁଧାଂଶୁ ନାୟକ,ବିଜେପି ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀ, ପୂର୍ବତନ ସରପଂଚ ପୃଥ୍ୱୀରାଜ ଦାସ, ସତ୍ୟବାନ ଦାସ ପ୍ରମୁଖ ତାଙ୍କ ମରଶରୀରକୁ ବାସଭବନରେ ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା । ପୁଅ ଉଦୀପ୍ତ ମୁଖାଗ୍ନି ହେଇଥିଲେ । ତାଙ୍କ ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳିହାଇଛି ।