Onn 3

ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

State

ବାରିପଦା: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଉକ୍ତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନ୍ୟାୟିକ ବ୍ୟବସ୍ଥା ତଥା ବିଭିନ୍ନ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ ଓ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଉକ୍ତ ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ଯଥା ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟ ର 82 ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ |

ଜ଼ିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଶିବାନୀ ପରିଚାଳନା କରିଥିଲେ |

ପ୍ରତିଯୋଗିତା ର ବିଚାରକ ମଣ୍ଡଳୀ ରେ ବିଚାରକ ଭାବେ ସିନିୟର ସିଭିଲ ଜଜ ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ ଶ୍ରୀ କୈଳାଶ ଚନ୍ଦ୍ର ସାହୁ, ଚିତ୍ରକାର ଶ୍ରୀ ରାଜ କିଶୋର ମହାନ୍ତ ଓ ଶ୍ରୀମା ମହାବିଦ୍ୟାଳୟ ର ଏଚ ଓ ଡି ଶ୍ରୀ ଶିବ ଶଙ୍କର ମିଶ୍ର କାର୍ଯ୍ୟ ସମ୍ପାଦନ କରିଥିଲେ | ଦ୍ଵିତୀୟ ଅତିରିକ୍ତ ଜ଼ିଲ୍ଲା ଜଜ ଶ୍ରୀ ଦୀପକ ରଞ୍ଜନ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରତ୍ୟେକ ପ୍ରତିଯୋଗିତା ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ନ୍ୟାୟିକ ଅଧିକାରୀ ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ଓ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସମାଜ ରେ ଆଇନ ସଚେତନତା ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ |