ବାରିପଦା : ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପୁରୁଷ ହକି ଚମ୍ପିୟାନସିପ – 2023 ରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି I ମୟୁରଭଞ୍ଜ ହକି ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଡିଗ୍ରୀ କଲେଜ, ଖୁଣ୍ଟା ଡିଗ୍ରୀ କଲେଜ ଓ ସରକାରୀ ଏସ ଏସ ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଖେଳାଳି ଚୟନ କରାଯାଇଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଜଣାଇଛନ୍ତି I ଚାନ୍ଦୁଆ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ତଥା କୋଚ ବୀର ସିଂ ମାର୍ଣ୍ଡି ଓ ମ୍ୟାନେଜର ତ୍ରିନାଥ ବୈଠା ନେତୃତ୍ୱରେ ମୟୁରଭଞ୍ଜ ଦଳରେ ସପନ ସିଂ (ଅଧିନାୟକ ), ସୂର୍ଯ୍ୟକାନ୍ତ ହେମ୍ବ୍ରମ ( ଉପ ଅଧିନାୟକ ) ଶିବ ବିନ୍ଧାଣି, ସୁକଲାଲ ମୁର୍ମୁ, ସମ୍ବିତ କୁମାର ଖିଲାର, ସନତ କୁମାର ବାସ୍କେ, ଦେବାଶିଷ ହେମ୍ବ୍ରମ, ବିଷ୍ଣୁ ସୋରେନ, ଦାସମତ ହାଁସଦା, ବାବୁଛୁଆ ପାତ୍ର, ଜୟରାମ ସୋରେନ, ପଞ୍ଚୁ କିସ୍କୁ, ହରି ମାର୍ଣ୍ଡି, ସୁଶାନ୍ତ ସୋରେନ, ଭୀମାର୍ଜୁନ ଟୁଡୁ, ଓ ମାଣିକରାମ ମୁର୍ମୁ ପ୍ରମୁଖ ସାମିଲ ଅଛନ୍ତି I
ବାରିପଦା ଡିଗ୍ରୀ କଲେଜର କ୍ରୀଡା ଶିକ୍ଷକ ତାପସ କୁମାର ସାମଲ ଓ ଖୁଣ୍ଟା ଡିଗ୍ରୀ କଲେଜର କ୍ରୀଡା ଶିକ୍ଷକ କିଶୋର କୁମାର ଦାଶ ଖେଳାଳି ଚୟନରେ ସହାୟତା ପ୍ରଦାନ କରିଥିଲେ I ଜିଲ୍ଲା ହକି ଏସୋସିଏସନର ସଭାପତି ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଖେଳାଳୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ଏସ ଏମ ଏସ ହକି ଏକାଡେମୀ ସହ ଖେଳିବ I