Cm Naveen 1.jpg

ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

State

cm-naveen-1.jpg

ଭୁବନେଶ୍ୱର: ନର୍ସିଂ, ଫାର୍ମାସି ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମକେସିଜି ଗସ୍ତ ବେଳେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଷ୍ଟାଇପେଣ୍ଡର ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ବିଚାରକୁ ନେଇ ଏବଂ ସେମାନଙ୍କ ଦ୍ୱାରା ଦିଆଯାଉଥିବା ସେବାର ଗୁରୁତ୍ୱକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି।
ଏହି ଛାତ୍ରମାନେ ନିମ୍ନଲିଖିତ ପଦ୍ଧତିରେ ପ୍ରତିମାସରେ ଷ୍ଟାଇପେଣ୍ଡ ପାଇବେ। ଡି.ଫାର୍ମା- ୫୦୦ ଟଙ୍କା, ଏଏନଏମ- ୨୦୦୦ ଟଙ୍କା, ବିଏସସି (ଏନ୍) ଇଣ୍ଟର୍ନସିପ୍ ପାଇଁ ୫୦୦୦ ଟଙ୍କା, କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) – ୧୦,୦୦୦ ଟଙ୍କା, ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୧୦,୦୦୦ ଟଙ୍କା।
ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଡି.ଫାର୍ମା ପାଇଁ ମାସିକ ୨୫୦/- ଟଙ୍କା, ଏଏନଏମ ପାଇଁ ୧୦୦୦/- ଟଙ୍କା, ବିଏସସି(ଏନ) ଇଣ୍ଟର୍ନସିପ୍ ପାଇଁ ୨୫୦୦/- ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମ ଫିଲ୍ ପାଇଁ ୭୦୦୦/- ଟଙ୍କା ଏବଂ ମାନସିକ ସାମାଜିକ କାର୍ୟ୍ୟରେ ଏମଫିଲ୍ ପାଇଁ ୭୦୦୦/- ଟଙ୍କା ହିସାବରେ ଷ୍ଟାଇପେଣ୍ଡ ରାଶି ପ୍ରଦାନ କରାଯାଉଥିଲା।
ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।