Asd

“ସ୍ୱଚ୍ଛତା ହିଁ ସେବା” ଅଭିଯାନ ପରିପ୍ରେକ୍ଷୀରେ ପୌରପାଳିକା ତରଫରୁ ସହରାଞ୍ଚଳ ସଫେଇ

State

ବାରିପଦା : ଚଳିତ ମାସ ୧୭ ତାରିଖ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦେଶ ବ୍ୟାପି “ସ୍ୱଚ୍ଛତା ହିଁ ସେବା” ଅଭିଯାନ ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ପୌରପାଳିକା ତରଫରୁ ପୌର କାର୍ଯ୍ୟାଳୟ ର ସମସ୍ତ ବର୍ଗ ର କର୍ମଚାରୀ ମାନେ ହାତରେ ଝାଡୁ, ଅଳିଆ ଡାଲା ଓ ଅଳିଆ ବାକ୍ସ ଧରି ରାଇରଙ୍ଗପୁର ବସ ଷ୍ଟାଣ୍ଡ ଠାରୁ ସଫେଇ କାର୍ଯ୍ୟ ଆରମ୍ଭ କରି ସହରର ବିଭିନ୍ନ ଅଂଚଳ ସଫେଇ କରିଥିଲେ ଏହି ସଫେଇ କାର୍ଯ୍ୟ ସମୟରେ ସେମାନେ ପରିବେଶ କୁ ପ୍ରଦୂଷଣ ମୁକ୍ତ ତଥା ରାଇରଙ୍ଗପୁର ସହର କୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ଧର୍ମୀ ବାର୍ତ୍ତା ଲେଖା ଥିବା ପ୍ଲା କାର୍ଡ ଏବଂ ଜନସାଧାରଣ ଙ୍କ ସହିତ ସକାରାତ୍ମକ ଢଙ୍ଗରେ ସିଧାସଳଖ ବାର୍ତ୍ତାଳାପ ଜରିଆରେ ଜନସାଧାରଣ ଙ୍କୁ ସଚେତନ କରାଇବାର ପ୍ରଚେଷ୍ଟା କରିଥିଲେ |

ଏହି ଅବସରରେ ରାଇରଙ୍ଗପୁର ପୌରପାଳିକା ତଥା ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣ ସମେତ ବିଭିନ୍ନ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ମାନଙ୍କୁ ନିବେଦନ କରାଯାଉଛି କି ପରିବେଶ କୁ ପ୍ରଦୂଷଣ ମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ତା’ଙ୍କ ଦୈନନ୍ଦିନ ଜୀବନ ରେ ଓ ବ୍ୟବସାୟୀକ କାରବାର ରେ ୧୨୦ ମାଇକ୍ରୋନ ରୁ କମ ମୋଟେଇ ର ପ୍ଲାଷ୍ଟିକ ଓ ଥର୍ମକୋଲରେ ତିଆରି ହୋଇଥିବା ସାମଗ୍ରୀ ଯଥା ପଲିଥିନ, ଜରି, କେରିବେଗ, ପ୍ଲେଟ, ଗ୍ଲାସ ଓ ଚାମଚ ଇତ୍ୟାଦି ବ୍ୟବହାର କୁ ନିଶ୍ଚିତ ଭାବେ ପରିହାର କରିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ | ସ୍ଵଭାଵ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା ନୀତି କୁ ଆପଣାଇ ଏକ ସୁସ୍ଥ ସମାଜ ଗଠନ ସହିତ ବିକଶିତ ଭାରତ ଗଠନ ରେ ସହାୟକ ହୁଅନ୍ତୁ |

Fe

ପ୍ରକାଶ ଥାଉକି ଉକ୍ତ ଅଭିଯାନ ଆସନ୍ତା ଅକଟୋବର ମାସ ୨ ତାରିଖ ସ୍ୱଚ୍ଛ ଭାରତ ମିଶନ ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଏହି ଅଭିଯାନ ରେ ବିଭିନ୍ନ ସ୍ବେଛାସେବୀ, ଛାତ୍ର ଛାତ୍ରୀ, ଯୁବ ବର୍ଗ ତଥା ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ସର୍ବପରି ସାଧାରଣ ଜନତାଙ୍କୁ ସାମିଲ ହେବାପାଇଁ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ତରଫରୁ ଅନୁରୋଧ କରାଯାଉଛି l