Img 20240919 Wa0240

ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ, ନଭେମ୍ବର ୧୦ ରେ ପୂଜା ୧୩ ରୁ ମେଳା

State

ବାରିପଦା : ସ୍ଥାନୀୟ ଭଂଜପୁର ସ୍ଥିତ ଦୁର୍ଗା ମଣ୍ଡପରେ ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜ୍ଞାନେନ୍ଦ୍ର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପଦେଷ୍ଟା ସିଦ୍ଧେଶ୍ୱର ପାଣିଗ୍ରାହୀ, ପ୍ରିୟନାଥ ପାଣିଗ୍ରାହୀ, ସରୋଜ ଦାଶଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ l ପ୍ରିୟବ୍ରତ ପାଣିଗ୍ରାହୀ ଗତବର୍ଷର ଆୟ ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ ଓ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା I ମା’ ଙ୍କ ୭୨ତମ ପୂଜା ତଥା ଏହି ଅବସରରେ ଆୟୋଜିତ ହେବାକୁ ଥିବା ୩୦ତମ ମେଳାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ I ପୂଜା କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମେଳା କମିଟି ଅଧ୍ୟକ୍ଷ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ମେଳା ଉପାଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ପୂଜା ସାଧାରଣ ସମ୍ପାଦକ ରସିକାନନ୍ଦ ମିଶ୍ର, ମେଳା ସାଧାରଣ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ପୂଜା ସମ୍ପାଦକ ଲକ୍ଷ୍ମୀ ନାରାୟଣ ବେହେରା ଓ କିଶୋର ପଲେଇ, ଷ୍ଟଲ ସମ୍ପାଦକ ସପନ ପଣ୍ଡା, ଅଫିସ ସମ୍ପାଦକ ସତ୍ୟବ୍ରତ ଧଳ, ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା ଓ ମାନସ ମହାନ୍ତି, କୋଷାଧ୍ୟକ୍ଷ ସୁବ୍ରତ ଦାସ ଏବଂ ସଭ୍ୟ ଦେୟ ସଂଗ୍ରହ ସମ୍ପାଦକ ଭାବେ ସିଦ୍ଧେଶ୍ୱର ପାଣିଗ୍ରାହୀ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି I ନଭେମ୍ବର ୧୦ ରେ ମା ‘ ଙ୍କ ପୂଜାବିଧି ଆରମ୍ଭ ହେବ ଓ ୧୩ ରୁ ୨୪ ମଧ୍ୟରେ ମେଳା ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଶେଷରେ ମେଳା କମିଟି ଅଧ୍ୟକ୍ଷ ପ୍ରତି ବର୍ଷ ପରି ଏ ବର୍ଷ ପୂଜା ଓ ମେଳାକୁ ଶାନ୍ତିଶୃଙ୍ଖଳା ସହ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I